Breaking News

ଜାତୀୟ ଟାଏକୋଣ୍ଡ ପ୍ରତିଯୋଗିତାରେ ଭାଗ ନେବ ସତ୍ୟବାଦୀର ଝିଅ ଋତୁପୂର୍ଣ୍ଣା



ସାକ୍ଷୀଗୋପାଳ----- ଓଡିଶା ଟାଏକୋଣ୍ଡ ଆସୋସିଏସନ ଓ ଟାଏକୋଣ୍ଡ ଆସୋସିଏସନ ଅଫ ପୁରୀରମିଳିତ ଆନୁକୂଲ୍ୟରେ ପୁରୀ ଠାରେ ୩୫ ତମ ଓଡିଶା ରାଜ୍ୟ ଜୁନିଆର କ୍ୟରୁରି ୮ମ ଓଡିଶା ରାଜ୍ୟ ଜୁନିଆର ପୁମସି ତାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।  ରାଜ୍ୟର୨୦ ଜି୍‌ଲ୍ଲାର ୨୫୦ରୁ ଅଧିକ ପିଲାମାନେ ଭାଗ ନେଇଥିଲେ । ସେଥି ମଧ୍ୟରୁ ସାକ୍ଷୀଗୋପାଳ ଟାଏକୋଣ୍ଡ ଏକାଡେମି ପକ୍ଷରୁ  କୋଚ ମତଲୁ ମହାପାତ୍ରଙ୍କ ତତ୍ୱବଧାନରେ ଋତୁପୂର୍ଣ୍ଣା ଦାସ ୫୫ ୱେଟରେ  ଅଂଶଗ୍ରହଣ କରି ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କ ହୃଷ୍ଟି ଆକର୍ଷଣ କରିଥିଲେ । ଆସନ୍ତା ୨୭ରୁ ୨୯ତାରିଖରେ ହେବାକୁ ଥିବା ଉତ୍ତର ପ୍ରଦେଶର ବରେଲିଠାରେ ଅନୁଷ୍ଠିତ ହେବାକୁ ଥିବାଜାତୀୟ ସ୍ତରରେ ହେବାକୁ ଥିବା ପ୍ରତିଯୋଗିତାରେ ଋତୁପୂର୍ଣ୍ଣା ପ୍ରତିନିଧିତ୍ୱ କରିବେ ବୋଲି ପୁରୀ ଜିଲ୍ଲା ଟାଏକୋଣ୍ଡ  ସଂଘର ସମ୍ପାଦକ ମନମୋହନ ଭଞ୍ଜ ଓ ଓଡିଶା ଟାଇକୋଣ୍ଡ ଆସୋସିଏସନର କୋଷାଧ୍ୟକ୍ଷ ବ୍ୟୋମକେଶ ଅଭିଳାଷ ପ୍ରସାଦ କହିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୩---୭,୧୦    Sakhigopal News, 24/1/2023

Popular Posts