Breaking News

ରାସ୍ତା ଉପରେ ବାଲି, ଗୋଡି ପକାଇ ରାସ୍ତା ଅବରୋଧ ;ବଢୁଛି ଜନ ଅସନ୍ତୋଷ

 


ଜଟଣୀ --ସ୍ଥାନୀୟ ଥାନା ଛକ ଠାରୁ ଆରମ୍ଭ କରି ବାଛେରା,ପାତ୍ରପଡା, ଅରୁଗୁଳୁ ଦେଇ ତିରିମଲ ଛକ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ନିର୍ମାଣ କାର୍ଯ୍ୟକୁ ନେଇ ବଢୁଛି ଜନ ଅସନ୍ତୋଷ l ଏହି ରାସ୍ତା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଅନ୍ଧ, ମୁକ, ବଧିର ଶିକ୍ଷାନୁଷ୍ଠାନ, ଫାଟୁଆ ଗବେଷଣା କେନ୍ଦ୍ରକୁ ଯିବା ପାଇଁ ମୁଖ୍ୟରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ l ପୂର୍ବରୁ ଏହି ରାସ୍ତା ଅତି ଦୁର୍ଦ୍ଦିନ ଅବସ୍ଥାରେ ପଡି ରହିଥିଲା l ସ୍ଥାନୀୟ ଗ୍ରାମ ବାସିନ୍ଦାଙ୍କ ବହୁ ଅସନ୍ତୋଷ ଏବଂ ଅଭିଯୋଗ ପରେ ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତି କରଣ ପାଇଁ ରାଜ୍ୟ ସରକାର ୯ କୋଟି ବ୍ୟୟ ଅଟକଳ କରି ପୂର୍ତ୍ତ ବିଭାକକୁ ହସ୍ତାନ୍ତର କଲେ l ରାସ୍ତାର ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ଫଳକ ମାରି ଶୁଭ ଦେଲେ l ଏହି ରାସ୍ତାର ନିର୍ମାଣ ଠିକାଦାର ଶିବ ପ୍ରସାଦ ପାଢ଼ୀ ସ୍ଥାନୀୟ କିଛି ଗୁଣ୍ଡା, ମୁଷ୍ଟିମେୟ ତଥା କୁଜି ନେତାଙ୍କୁ ହାତେଇ କାର୍ଯ୍ୟ ଆରମ୍ଭ କଲେ l କାମ ଆରମ୍ଭ ରୁ ଅନିୟମିତତା ଦେଖିବାକୁ ମିଳିଲା l ରାସ୍ତାଟି ପ୍ରକୃତରେ ଯେତିକି ଚଉଡା ହେବା କଥା ତାହା ହେଲାନାହିଁ l ରାସ୍ତାର ଅଧା ରାସ୍ତା କଂକ୍ରିଟ ନିର୍ମାଣ ହେଲା l ସେଥିରେ ମଧ୍ୟ ବାଲି, ଗୋଡି ମିଶ୍ରଣ ସଠିକ ରୂପେ ନ ହେବାରୁ ବର୍ତ୍ତମାନ କାମ ସରିବାର ବର୍ଷେ ନହଉଣୁ ରାସ୍ତାରୁ ସିମେଣ୍ଟ ଉଠି ଗୋଡି ଦେଖା ଗଲାଣି l ଥାନା ଛକରୁ ଜଗନ୍ନାଥ ପୁର ମଧ୍ୟରେ ତିନଟି କଲଭର୍ଟ ଏବଂପ୍ରଗତି ବିଦ୍ୟାପୀଠ ବାଛରା ହାଇସ୍କୁଲ ସମ୍ମୁଖରେ ପାହାଡ଼ ପାଦଦେଶରୁ ଆସୁଥିବା ପାଣି ସରକାରୀ ଜାଗାରେ ଥିବା ପାଣି ନାଳ ଓ ପାଣି କାଜ ଦେଇ ପାଣି ନିଷ୍କାସିତ ହୋଇଥାଏ l ଏହି କାଜ ନାଳ ଦେଇ ପାଣି ବିଲକୁ ମାଡିଥାଏ l କାଜ ଅତି ଅତ୍ୟଧିକ ଖାଲ ହେତୁ ଏଠାରେ ପାଣି ଜମି  କୃତିମ ବନ୍ୟା ରାସ୍ତା ଉପରେ ଉପୁଜିଥାଏ l ଯାହା ଫଳରେ ଛାତ୍ରଛାତ୍ରୀ, ଜନସାଧାରଣ ଯିବାଆସିବାରେ ଅନେକ ଅସୁବିଧା ହୋଇଥାଏ l ତେଣୁ କାଜର ଯଥା ଶୀଘ୍ର ପୁନଃରୁଦ୍ଧାରୁ କରି ରାସ୍ତା ନିର୍ମାଣ କରାଯିବା କଥା କିନ୍ତୁ ଏହି କାଜକୁ ଅଣଦେଖା କରାଯାଇଅଛି ଯାହାଫଳରେ ବର୍ଷା ଦିନେ ପାଣି ଜମି ଯେଉଁ ସମସ୍ୟା ଉପୁଜେ ସେହି ସମସ୍ୟାର ପୁନରାବୃତ୍ତି ହେବ l ସେହି ପରି ତିନୋଟି କଲଭର୍ଟ ଗୁଡିକ ମଧ୍ୟ ଅତିପୂରୁଣା ଅଟେ l କଲଭର୍ଟ ଗୁଡିକର ପୁନଃରୁଦ୍ଧାର ହୋଇ ନୂତନ ଭାବରେ କାମ ହେବା କଥା l କିନ୍ତୁ ସେହି ପୁରୁଣା କଲଭର୍ଟକୁ ଯଥାବିଧି ମରାମତି କରି ତାରି ଉପରେ ତରବରିଆ ଭାବରେ ରାସ୍ତା ନିର୍ମାଣ ହେଉଛି l ଯାହା ଫଳରେ କଲଭର୍ଟ ଧସିଯିବାର ସମ୍ଭାବନା ଅଛି l କଲଭର୍ଟ ଉପରେ କୌଣସି ଭରଷା ନାହଁ l ଯାହା ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି l ରାସ୍ତା ନିର୍ମାଣ ପରେ ରାସ୍ତାର ଉଭୟ ପାର୍ଶ୍ୱରେ ମରମ ପକାଇ ସମତୁଲ କରିବା କଥା କିନ୍ତୁ ମୋରମ ଜାଗାରେ କାଦୁଅ ମାଟି ପକାଯାଉଅଛି l ଯାହା ଫଳରେ ଭବିଷ୍ୟତରେ ସେହି ରାସ୍ତା ଉପରେ ଭାରୀଯାନ ଗଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି l ଠିକାଦାର ରାସ୍ତା କାମ କରିବାପାଇଁ ବାଲି, ଗୋଡି ଆଣି ମୁଖ୍ୟ ରାସ୍ତାର ମଝିରେ ପକାଇ ରାସ୍ତାକୁ ଅବରୋଧ କରିବା ଫଳରେ ସନ୍ତୀୟ ବାସିନ୍ଦାଙ୍କ ଯାତାୟାତରେ ଅସୁବିଧା ଏବଂ ଛୋଟ ବଡ ଦୁର୍ଘଟଣା ଘଟି ଧନହାନି ଘଟୁଛି l  ସେହି ରାସ୍ତାଦେଇ ପାଖ ଆଖ ଗ୍ରାମ ତଥା ତିରୀମଲ, ପାଣ୍ଡିଆବିଲି, ଘୋରଡ଼ିଆ, ରଣିପୁର, ଗ୍ରାମର ଲୋକେ, ସ୍ଥାନୀୟ ଛାତ୍ରଛାତ୍ରୀ, ପିସିଆର ଗଡ଼ି, ଅଗ୍ନିଶମ ଗାଡି, ଆମ୍ବୁଲାନ୍ସ ଏବଂ ଶହ ଶହ ଗାଡି ମଟର ଯିବା ଆସିବା କରେ l  ପ୍ରକୃତରେ ଦେଖିବାକୁ ଗଲେ ସ୍ଥାନୀୟ  ବି. ଡି. ଏ, ପୂର୍ତ୍ତ ବିଭାଗ,ତହସିଲଦାର, ପୌରପାଳିକା ଠାରୁ ଆରମ୍ଭ କରି ସମସ୍ତ ସରକାରୀ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ସ୍ଥାଣୁ ପାଲଟି ଯାଇଛନ୍ତି l ସରକାରୀ ବାବୁ ମାନେ ବର୍ତ୍ତମାନର ସରକାରୀ ପ୍ରଶାସକଙ୍କ ହାତ ବାରଷି ସାଜି ନିଜ ଚାକରି କାଳ ଭିତରେ ଯଥା କଥାରେ କାମ ସାରି ଦେବା ପାଇଁ ବସିଛନ୍ତି l ଏହାର ସୁଯୋଗ ନେଇ ଠିକାଦାର ଫାଇଦା ନେଉଛନ୍ତି l ପାଖରେ ସ୍ଥାନୀୟ କେତକ ଗୁଣ୍ଡାଙ୍କୁ ମଦ,ଟଙ୍କା ଦେଇ ରଖିଛନ୍ତି l ଯଦି କାମର ଅନିୟମିତତାକୁ ନେଇ ଅଭିଯୋଗ କଲେ ମିିଳୁୁଛି  ଧମକ।
 ଊ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଠିକାଦାର କୋଟି କୋଟି ଟଙ୍କା ହାତେଇ ମାଲାମାଲ ହେଉଛନ୍ତି l ଅସୁବିଧା ଭୋଗୁଛନ୍ତି ସାଧାରଣ ଲୋକେ l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଏହି କାର୍ଯ୍ୟକୁ ଜିଲ୍ଲାପାଳ ତଦନ୍ତ କରି  ନିମ୍ନମାନର କାମ କରୁଥିବା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୧/୨୦୨୩----୮,୪୫ Sakhigopal News,19/1/2023

Blog Archive

Popular Posts