Breaking News

ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସ୍ମୃତି ପରିଷଦ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ କବିତା ଆସର



ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ଗୋପାଳଚନ୍ଦ୍ର ସ୍ମୃତି ପରିଷଦ ଆନୁକୂଲ୍ୟରେ ସାକ୍ଷୀଗେ।।ପଳ ଦେବରାଜ କଲ୍ୟାଣ ମଣ୍ଡପ ପରିସରରେ  ରାଜ୍ୟ ସ୍ତରୀୟ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ଗୋପାଳଚନ୍ଦ୍ର ପ୍ରହରାଜ ଓ ଜଗନ୍ନାଥଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ  କରି କାର୍ଯକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅତିଥି ଭାବେ ଡଃ ବନ୍ଦନା ହରିଚନ୍ଦନ, ପ୍ରଭାତ ତରାଇ, ରାଜ କିଶୋର ସ୍ୱାଇଁ,ବିଜୟ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର ଙ୍କ ସହିତ ଅନୁଷ୍ଠାନର ସଂଗଠକ ରବୀନ୍ଦ୍ର କୁମାର ଷଡଙ୍ଗୀ ଓ ସଭାପତି ସୁଦର୍ଶନ ପ୍ରଧାନ ଯୋଗ ଦେଇ ଗୋପାଳଚନ୍ଦ୍ର ପ୍ରହରାଜ ସମ୍ପର୍କରେ ଆଲେଚନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ଦୁର୍ଗା ପ୍ରସାଦ ଷଡଙ୍ଗୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସେହିପରି ଶିକ୍ଷକ ରତ୍ନାକର ଜେନାଙ୍କ ରଚି୍‌ତ ଶ୍ରଦ୍ଧାପୁଷ୍ପ କବିତା ପୁସ୍ତକ ଓ ରବୀନ୍ଦ ନାଥ ଷଡଙ୍ଗୀଙ୍କ ସମ୍ପାଦନରେ ପ୍ରତିକା ବନ୍ଦନା ଦୁଇଟି ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହେଇଥିଲା । ଗଞ୍ଜାମ, ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ବଲାଙ୍ଗୀରି, କନ୍ଦମାଳ, କେରାରପୁଟ, ପୁରୀ  ଆଦି  ଜିଲ୍ଲାରୁ ୭୦ ଜଣ କବି କବୟତ୍ରୀ ଯୋଗଦେଇଥିଲେ । ୨୧ ଜଣ କବି କବୟତ୍ରୀ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଅତିଥି ମାନେ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମଦ୍ଧିତ କରିଥିଲେ । କବି ସଚୀକାନ୍ତ ବିଶ୍ୱାଳ,  ରତ୍ନାକର ଜେନା, ବନ୍ଦନା ମହାପାତ୍ର, ରାଜ କିଶୋର ସ୍ୱାଇଁ, ସୁନନ୍ଦା ମହାପାତ୍ର, ପ୍ରମିଳା ପଟ୍ଟନାୟକ, ଝରଣା ମଲିକ, ବିଶାଖା ଦେବୀ, ଦିଗମ୍ବର ରଥ, ବିଭୂତି ଭୂଷଣ ମିଣ୍ର, ପ୍ରଶାନ୍ତ କୁମାର ମହାପାତ୍ର ପ୍ରମୁଖ କବି ମାନେ କବିତାପାଠ କରିଥିଲେ । ସୁଦର୍ଶନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ବନ୍ଦନା ମହାପାତ୍ର ଧନ୍ୟବାଦ ଦେଇଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧/୨୦୨୩----୭,୧୦  Sakhigopal News, 29/1/2023

Blog Archive

Popular Posts