Breaking News

ମାଉମାଦେବୀ ଙ୍କ ପୀଠରେ ଦ୍ରୁନୀତି ନିବାରଣ ସଂଘର ସାଧାରଣ ବୈଠକ ଅନୁଷ୍ଠିତ




ନୟାଗଡ, ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ରେ ଗଢି ଉଠିଥିବା ଲଢୁଆ ସଙ୍ଘଠନ ଖଣ୍ଡପଡ଼ା ଦ୍ରୁନୀତି ନିବାରଣ ସଂଘର ସାଧାରଣ ବୈଠକ ମାଉମାଦେବୀ ପୀଠରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସଂଘର ସଭାପତି ବସନ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ। ଖଣ୍ଡପଡ଼ା ବିଂଜ୍ଞାପିତ ଅଞ୍ଚଳ ପରିଷଦରେ ଦେଖା ଯାଉଥିବା ବିଭିନ୍ନଦ୍ରୁନୀତି ଉପରେ ଆଲୋକପାତ କରାଯାଇଥିଲା। ଅଞ୍ଚଳରେ ଅନେକ ନିରୀହ, ଯୋଗ୍ୟ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ ହୋଇଛନ୍ତି।ଏସବୁର ସମାଧାନ ନିମନ୍ତେ ସଂଘ ଆଗାମୀ ଦିନରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଖଣ୍ଡପଡ଼ା, ଜିଲାପାଳ ନୟାଗଡ, ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଅବଗତି କରାଇବା ନିମନ୍ତେ ନିଷ୍ପତ୍ତି ହୋଇଥିଲା ।
ସଂଘ ବୈଠକରେ 25ରୂ ଅଧିକ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ।ଆଗାମୀ ଦିନରେ ଦ୍ରୁନୀତି ବିରୁଦ୍ଧରେ ଖଣ୍ଡପଡ଼ା ଅଞ୍ଚଳରେ ବ୍ୟାପକ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି।ସରକାରଙ୍କ ବିଭିନ୍ନ କଲ୍ୟାଣ କାରୀଯୋଜନାରେ ଗରିବ ନିରୀହ ଲୋକ ମାନଙ୍କୁ ସାମିଲ ସହିତ ଯୋଜନା କୁ ଠିକ ଭାବେ କାର୍ଯ୍ୟ କରିବା ସଂଘର ପ୍ରଥମ କାର୍ଯ୍ୟ ବୋଲି ସମ୍ପାଦକ ପର୍ଶୁରାମ ପାଢ଼ୀ କହିଥିଲେ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ ,୨୩/୧/୨୦୨୩----୧୧,୪୫ Sakhigopal News,23/1/2023

Blog Archive

Popular Posts