କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜନ୍ମ ଭୂମି କୁଲIଡ ଠାରେ ଭଞ୍ଜ ଜୟନ୍ତୀ ଓ ଭଞ୍ଜ ସଙ୍ଗୀତ ସମାରୋହ ପାଳିତ
ଭଞ୍ଜନଗର: ଘୁମୁସର ମାଟିର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାର୍ଡ ଓ ଆନନ୍ଦ ସଙ୍ଗୀତIୟନ ମିଳିତ ସହଯୋଗରେ ବାଗଦେବୀ ପୀଠ ଓ ସାଧନ କ୍ଷେତ୍ରରେ ଭଞ୍ଜ ଜୟନ୍ତୀ ଓ ଭଞ୍ଜ ସଙ୍ଗୀତ ସମାରୋହ ପାଳିତ ହୋଇଯାଇଛି । କୁଲାଡ ଛକ ସ୍ଥିତ ଭଞ୍ଜ ମଣ୍ଡପ ଠାରେ ବିଶିଷ୍ଟ କବି ପ୍ରଶାନ୍ତ ମହାନ୍ତି ଦୀପ ପ୍ରଜ୍ଵଳନ କରି ଉଦ୍ଘାଘାଟନ କରିଥିଲେ I ଓଡିଆ ଭାଷା ବଞ୍ଚିବା , ଓଡିଶୀ ନୃତ୍ୟ ଓ ଶାସ୍ତ୍ରୀୟ ମାନ୍ୟତା ପାଇଛି । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପାଇଁ ଯଦି ଭଞ୍ଜ ନଥାନ୍ତେ ଭାଷା ଭିତିକ ରାଜ୍ୟ ଓଡିଶା , ଓଡିଆ ଭାଷା ଅନ୍ୟ ଭାଷାରେ ବିଲୁପ୍ତ ହୋଇ ଯIଇଥାନ୍ତା । ଏଣୁ ମହାନ କବି କାଳଜୟୀ ଓ ଏକାଧାରରେ କବିସମ୍ରାଟ, ଭାଷା ସମ୍ରାଟ, ସଙ୍ଗୀତ ସମ୍ରାଟ କହିଲେ କିଛି ଭୁଲ ହେବ ନIହିଁ ବୋଲି ସେ ମତ ରଖି ଥିଲେ I ଆୟୋଜନ କାରୀ ସଂସ୍ଥା ବାର୍ଡ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଏପରି ଭଞ୍ଜ ସାହିତ୍ୟ, ସଙ୍ଗୀତ ଓ ଜୟନ୍ତୀ ବିଗତ ୧୯୯୦ ମସିହାରୁ ଆରମ୍ଭ ହୋଇ ୩୩ ବର୍ଷ ବିତିବାକୁ ଲାଗିଲIଣି । କିନ୍ତୁ ସରକାର ଓ ସ୍ଥାନୀୟ ପ୍ରଶାସନ ସହାୟତI ଓ ପ୍ରୋତ୍ସାହନ ମିଳୁନାହିଁ । ରାଜ୍ୟ ଓ କେନ୍ଦ୍ର ସରକାର କବିଙ୍କ ଜନ୍ମପୀଠରେ ଭଞ୍ଜ ସଙ୍ଗୀତ ମହାବିଦ୍ୟାଳୟ , ଓଡିଆ ଭାଷା ବିଶ୍ୱବିଦ୍ୟାଳୟ ଓ ଭଞ୍ଜଙ୍କ ଜୀବନୀ ଓ ସାହିତ୍ୟ ସଙ୍ଗୀତ ଉପରେ ଏକ ମିୟୂଜିୟମ ସ୍ଥାପନ କରିବା ନିମିତ ଓ ଭଞ୍ଜ କାବ୍ୟ ଅନୁସାରେ ଏକ ଟ୍ରେନ ନାମକରଣ କରିବା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରି ଏ ବର ପୁତ୍ରକୁ ଯଥା ସନ୍ନମାନ ଦେବା ପାଇଁ ନିବେଦନ କରି ଥିଲେ । ଘୁମୁସର ଅଞ୍ଚଳର ସମସ୍ତ ବିଦ୍ୟାଳୟରେ ଭଞ୍ଜ ସଙ୍ଗୀତ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରିବା ପାଇଁ କହିଛନ୍ତି I ଆନନ୍ଦ ସଙ୍ଗୀତIୟନ ଗୁରୁ ଶ୍ରୀ ଅଶୋକ ମହାପାତ୍ର ଏ ଭଞ୍ଜ ଭୂମିରେ ଶାସ୍ତ୍ରୀୟ ଭଞ୍ଜ ସଙ୍ଗୀତଙ୍ଗ୍ୟ ବାହାର କରାଯିବା ପ୍ରୟାସ ଜାରି ରହିଛି । ବର୍ତ୍ତମାନ ୫୦ ଜଣ ଛାତ୍ରଛାତ୍ରୀ ଭଞ୍ଜ ସଙ୍ଗୀତ ଶିକ୍ଷା ହାସଲ କରିଛନ୍ତି । ସବୁ ଗ୍ରାମରେ ଭଞ୍ଜ ସଙ୍ଗୀତ ଓ ଓଡିଶୀ କଳାକାର ସୃଷ୍ଟି କରାଯିବା ପାଇଁ ସମସ୍ତଙ୍କ ସାହାଯ୍ୟ ସହଯୋଗ କାମନI କରିଛନ୍ତି । ସ୍ଥାନୀୟ ଓ ବାଦ୍ୟକାର ଅଭିଶେଖ ମହାପାତ୍ର,ଦିବାକର ପ୍ରଧାନ ସହଯୋଗ କରି ଥିଲେ I ଚିନ୍ମୟୀ ପାତ୍ର, ସୁବାସିନୀ ପତି, ଶ୍ରୀମୟୀ ରଥ, ଆଶୁତୋଷ ସରାବ, ପୁଷ୍ପାଞ୍ଜଳି ସାହୁ, ଦୀପIରଣୀ ଗୌଡ, ଶୁଭସ୍ମିତ ପ୍ରଧାନ ଆଦି ନବାଗତ ୧୦ ଜଣ ଛାତ୍ରଛାତ୍ରୀ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ଉପରେ ଗୀତ ପରିବେଷଣ କରିଥିଲେ । ପ୍ରାକ୍ତନ ଶିକ୍ଷକ ଶଶାଙ୍କ ଶେଖର ତ୍ରିପାଠୀ ମଞ୍ଚ ପରିଚାଳନI କରିଥିଲେ ଓ ସମସ୍ତ ଗୁରୁ, ଅତିଥି ଓ ବାଦ୍ୟକାରଙ୍କୁ ଗୁରୁଶିଷ୍ୟ ପରମ୍ପରା ଅନୁସାରେ ସମ୍ବର୍ଦ୍ଧନା କରା ଯାଇଥିଲା I ରବି ପାତ୍ର , ବ୍ରହ୍ମାନନ୍ଦ ପତି , ତ୍ରିନାଥଗୌଡ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ I
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧/୨୦୨୩---୯,୧୦ Sakhigopal News,27/1/2023