Breaking News

ସତ୍ୟଵାଦୀ ହାଇସ୍କୁଲ ୧୯୭୪ ବ୍ୟାଚର ବନ୍ଧୁ ମିଳନ



ସାକ୍ଷୀଗୋପାଳ --: ସତ୍ୟଵାଦୀ ଉଚ୍ଚ ବିଦ୍ୟାଳୟ1974 ବ୍ୟାଚ ସହପାଠୀଙ୍କ ବନ୍ଧୁମିଳନ ସ୍ଥାନୀୟ ଗୋପାଳଜୀ ମନ୍ଦିର  ପାନ୍ଥ ନିବାସ ପରିସର ରେ ଅନୁଷ୍ଠିତ ହୋଇଥିଲା।ସ୍ୱାଧୀନତା ଆନ୍ଦୋଳନ ତଥା ମଣିଷ ତିଆରି କାରଖାନା ଭାବେ ବିବେଚିତ ସତ୍ୟଵାଦୀ ବନ ବିଦ୍ୟାଳୟ ର ଐତିହ ଉପରେ ଆଲୋଚନା କରାଯାଇଥିଲା ।
ଉତ୍କଳମଣି ଙ୍କୁ ସ୍ମରଣ କରି ସହପାଠୀ  ତଥା ଅବସର ପ୍ରାପ୍ତ  ଆୟକର ବିଭାଗ ର ଶ୍ରୀ ଶରତ କୁମାର ଦାସ ପ୍ରଦୀପ ପ୍ରଜ୍ୱଳନ କରି ଅୟୋଜିତ ବୈଠକକୁ ଉଦଘାଟନ କରିବା ପରେ ସାଥି ନଟବର ଆଚାର୍ଯ୍ୟ ପ୍ରାରମ୍ଭିକ ସୂଚନା ସହ ଗତ ବୈଠକ ର ଅୟବ୍ୟୟ  ପ୍ରଦାନ କରିଥିଲେ।ସହପାଠୀ ବିଶ୍ୱଜିତ ଶତପଥି,କାଶୀନାଥ ନନ୍ଦ,ଦିଲିପ ମହାନ୍ତି,କୈଳାଶ ମିଶ୍ର, ପ୍ରମୁଖ ଆଗାମୀ ବଂଧୁମିଲନ ରେ ପରିବାର ଙ୍କୁ ସଂପୃକ୍ତ କରାଯିବା ସହିତ ସତ୍ୟବାଦୀର ଗରିବ ଛାତ୍ର/ଛାତ୍ରୀ ଙ୍କୁ ସହାୟତା ଦେବା ଉପରେ ପ୍ରସ୍ତାବ ରଖିଥିଲେ।ଶ୍ରୀ ଦେବରାଜ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଇଂରାଜୀ ନବ ବର୍ଷ ପାଇଁ  ରମେଶ ସାହୁ,ଲଷ୍ମୀଧର ସାହୁ ଓ ଶରତ ଦାସ ସମସ୍ତ ଙ୍କୁ ଉପହାର ବାଣ୍ଟି ଥିଲେ। ପ୍ରଫୁଲ୍ଲ କୁମାର ମିଶ୍ର,ପ୍ରମୋଦ ମିଶ୍ର, ଗଙ୍ଗାଧର ମିଶ୍ର,ଗିରିଜା ରଥ,ଭବାନୀ ମହାପାତ୍ର,ବୁଟୁ ମିଶ୍ର, ସଂଜୟ ପଟନାୟକ,ଚନ୍ଦ୍ରଧ୍ୱଜ ଦାସ,ପ୍ରଫୁଲ୍ଲ ମହାପାତ୍ର,ଙ୍କ ସମେତ ଅର୍ଦ୍ଧାଧିକ ସହପାଠୀ ବଂଧୁମିଳନ ରେ ସାମିଲ ହୋଇଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧/୨୦୨୩---୧୨,୨୫ Sakhigopal News,27/1/2023

Blog Archive

Popular Posts