Breaking News

ଭଞ୍ଜନଗରରେ ଉପଖଣ୍ଡ ସ୍ତରୀୟ ତ୍ରୟୋଦଶ ଜାତୀୟ ମତଦାତା ଦିବସ ପାଳିତ



ଭଞ୍ଜନଗର --- ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ  ତ୍ରୟୋଦଶ ଜାତୀୟ ମତଦାତା ଦିବସ  ଭଞ୍ଜନଗର ଉପଜିଲ୍ଲାପାଳ  ଜ୍ୟୋତି ଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି | ଏହି ଦିବସରେ ଭଞ୍ଜନଗର ବିଜ୍ଞାପତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ  ଗୋପବନ୍ଧୁ ମହାପାତ୍ର ମୂଖ୍ୟ ଅତିଥି ରୂପେ ଯ଼ୋଗ ଦେଇଥିବା ବେଳେ ବିଜ୍ଞାପିତ ଅଞ୍ଚଳପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ  ଆଶୁତୋଶ ଗୌରବକର ସମ୍ନାନିତ ଅତିଥିରୂପେ ଯ଼ୋଗଦେଇଥିଲେ | ମୂଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ କହିଥିଲେଯେ,ମତଦାନ ହେଇଛି ପ୍ରତ୍ୟେକ ନାଗରିକଙ୍କର ଅଧିକାର | ଏଥିପାଇଁ ତୃଣମୁଳ ସ୍ତରରୁ ସଚେତନତା ପ୍ରଶାସନ ତରଫରୁ କରାଯାଉଛି | 18 ବର୍ଷ ବୟସ ଅତିକ୍ରମ କରିଥିବା ଯୁବକ ଯୁବତୀ ମାନେ ଭୋଟ ତାଲିକାରେ ନିଜକୁ ସାମିଲ କରିବା ଆବାଶ୍ୟକ |  ଉପଜିଲ୍ଲାପାଳ ଶ୍ରୀ ରାୟ 18 ବର୍ଷ ହୋଇଥିବା ସମସ୍ତ ଯୁବକ ଯୁବତୀ ମାନେ ସେମାନଙ୍କପ ନାମ ପଞ୍ଜିକୃତ କରି ନିଜର ଭୋଟ ଦେବାର ଅଧିକାର ସାବ୍ୟସ୍ତକରି ନୂତର ରାଷ୍ଟ୍ର ଗଠନ କରିବାରେ ସହାୟକ ହେବ ବୋଲି ସଚେତନ କରାଇଥିଲେ | ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ଗୌରୀଶଙ୍କର ଶତପଥି ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ତାହାସହିତ ମତଦାନ ପାଇଁ ଶପଥପାଠ କରାଇଥିଲେ |  ବୁଥ ଲେବଲ ଅଫିସର ଏବଂ ସୁପରଭାଇଜର ମାନଙ୍କୁ ଉପଖଣ୍ଡ ପ୍ରଶାସନ ତରଫରୁ ପୁରସ୍କୃତ କରାଯାଇଥିଲା | ନୂତନ ଭୋଟର ମାନଙ୍କୁ୍ ଭୋଟକାର୍ଡ ପ୍ରଦାନ କରାଯ଼ିବା ସହ ବରିଷ୍ଠ ନାଗରିକ ରବିନ୍ଦ୍ର ନାଥ ପଣ୍ଡା ଏବଂ କାଞ୍ଚନ ପାତ୍ରଙ୍କୁ ବରିଷ୍ଟ ଭୋଟର ଭାବେ ପୁଷ୍ପଗୁଛଦେଇ ତଥା ଉପଢୋକନ ଦେଇ ଉପଜିଲ୍ଲାପାଳ ଶ୍ରୀ ରାୟ ଓ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ସେମାନଙ୍କୁ ସମ୍ନାନିତ କରିଥିଲେ |ଏହି ତ୍ରୟୋଦଶ ମତଦାତା ଦିବସ ଅବସରରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଭଞ୍ଜନଗର ମାନ୍ୟଗଣବ୍ୟକ୍ତି ତଥା ସାମ୍ବାଦିକ ବନ୍ଦୁମାନେ ଯୋଗଦେଇଥିଲେ |ଏହି କାର୍ଯ୍ୟକ୍ରମକୁ ଇଲେକସନ ସେକ୍ସନର ବରିଷ୍ଟ କର୍ମଚାରୀ  ମୁକ୍ତିପଦ ନାୟକ ପରିଚାଳନା କରିଥିଲେ |
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧/୨୦୨୩---୧୨,୧୦ Sakhigopal News,27/1/2023

Blog Archive

Popular Posts