Breaking News

ବରକେରାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ


ଡେଲାଙ୍ଗ---- ‌ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି।ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ପରେ ଜାତୀୟ ଶିଶୁ କନ୍ୟା ଦିବସ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ  ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ ସଭାପତିତ୍ବ କରିଥିଲେ। ଉକ୍ତ ସଭାରେ ଛାତ୍ରୀ ଓ ଗ୍ରାମର କନ୍ୟାମାନେ ଯୋଗଦେବା ସହିତ ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ପ୍ରଦୀପ କୁମାର ସେଠୀ, ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୂରୁଷୋତ୍ତମ ନାୟକ ପରିଚାଳନା କମିଟିର ଅଧ୍ୟକ୍ଷ  ଶ୍ରୀ ପବିତ୍ର ମୋହନ ପରିଡା ପ୍ରମୁଖ ଯୋଗଦେଇଥିଲେ। ବକ୍ତାମାନେ ନାରୀମାନଙ୍କ ଅଧିକାର ଓ ଶିଶୁମାନଙ୍କ ଅଧିକାର ଉପରେ ଆଲୋକପାତ କରିଥିଲେ। କନ୍ୟା ଭୃଣ ହତ୍ୟା ନ କରିବା ପାଇଁ ପରାମର୍ଶ ଦେଇଥିଲେ। କନ୍ୟା ରତ୍ନ,କର ଜତ୍ନ,ମା ହେଲେ ପାଠୋଇ,ଦେଶଯିବ ଆଗେଇ। ସ୍ଳୋଗାନ ଦିଆ ଯାଇଥିଲା।ସର୍ବ ଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୪/୧/୨୦୨୩---୮,୪୫ Sakhigopal News,24/1/2023

Blog Archive

Popular Posts