Breaking News

ସାକ୍ଷୀଗୋପାଳସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜେଜେବାପା ଓ ଜେଜେମା ସମ୍ମଳନୀ ଅନୁଷ୍ଠିତ

 


ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବାସୁକେରା ଗ୍ରାମ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜେଜେବାପା ଓ ଜେଜେମା ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି ।  ଏହି ସମ୍ମଳନୀରେ ଅତିଥିଭାବେ ନାରୀନେତ୍ରୀ ତଥା ନାରୀ ସଂଗଠିକା କନକଲତା ପଣ୍ଡା ଓ ଅବସରପ୍ରାପ୍ତ ଅଧ୍ୟାପକ ଅଭିମନ୍ୟୁ ବରାଳ ଯୋଗଦେଇ ଆଜିର ଦିନରେ ଜେଜେବାପା ଓ ଜେଜେ ମାଙ୍କର ଆବଶ୍ୟକତା ଓ ସେମାନଙ୍କର ନାତି ନାତୁଣୀ ମାନଙ୍କ ପାଇଁ କର୍ତ୍ତବ୍ୟ ଆଦି ସମ୍ପର୍କରେ  ମତ ରଖିଥଲେ । ଏହି ସମ୍ମଳନୀରେ ୨୫୦ଜଣ ଜେଜେବାପା ଓ ଜେଜେମା ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି ବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଗୁରୁମା, ଗୁରୁଜୀମାନେ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧/୨୦୨୩---୮,୧୦   Sakhigopal News, 22/1/2023

Blog Archive

Popular Posts