ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ
ସାକ୍ଷୀଗୋପାଳ ---ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ଛାତ୍ର ଛାତ୍ରୀ ଓ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମନଙ୍କ ଦ୍ବାରା ପାଳିତ ହୋଇଛି। ପ୍ରଥମେ ପୂଣ୍ୟତ୍ମା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ତତ୍ପରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଛାୟା ଛବିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ଫୁଲମାଳ ଦେଇଥିଲେ।ଛାତ୍ର ଛାତ୍ରୀ ମାନେ ନେତାଜୀ ଅମର ରହେ ସ୍ଲୋଗାନ ଦେବା ସହ କିଛି ମାତ୍ରାରେ ଛାତ୍ର ଛାତ୍ରୀ ତାଙ୍କରି ଗୁଣଗାନ୍ କରି ମହାନ୍ ସ୍ବାଧିନତା ସଂଗ୍ରାମୀର ଆଖ୍ୟା ବଖାଣି ଥିଲେ।ଭାରତ ମାତା କି ଜୟ,ବୀର ସୁରେନ୍ଦ୍ର ସାଏ କି ଜୟ ଓ ଭାରତ ମାତା କି ଜୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ବିଦ୍ୟାଳୟ ପରିସର। ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧/୨୦୨୩----୭,୧୦ Sakhigopal News,23/1/2023