ସ୍ବର୍ଗତ ନରସିଂହ ହୋତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ଶିକ୍ଷାମନ୍ତ୍ରୀ
ସାକ୍ଷୀଗୋପାଳ,---- ସତ୍ୟବାଦୀ ର ବିଶିଷ୍ଟ ସମାଜସେବୀ ତଥା ମହାନ୍ ଜନନେତା ସ୍ବର୍ଗତ ନରସିଂହ ହୋତା ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଉନ୍ମୋଚିତ ହୋଇଯାଇଛି। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦାଶବିଦ୍ୟାଧର ପଞ୍ଚାୟତ ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ବର୍ଗତ ହୋତାଙ୍କ ବାସଭବନ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସ୍ବର୍ଗତ ହୋତା ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ।ଉତ୍ସବରେ ଅନ୍ୟତମ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ,ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା,ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟାର ଅଧ୍ୟକ୍ଷ ପ୍ର ସୁଦର୍ଶନ ବେହେରା,ବରିଷ୍ଠ ଦଇତାପତି ସେବାୟତ ରାମ ଚନ୍ଦ୍ର ଦାସ ମହାପାତ୍ର,ସେବାୟତ ଅନନ୍ତ ମହାପାତ୍ର,ଜିଲ୍ଲା ପରିଷଦ ସଦସ୍ୟ ନାରାୟଣ ରାଉତରାୟ,ସଚ୍ଚିଦାନନ୍ଦ ରଥ, ଡ ବିଶ୍ଵନାଥ ରଥ ବିଜୟ ଭୂଷଣ ହୋତା,ଡମ୍ବରୁଧର ମିଶ୍ର,ବୈକୁଣ୍ଠ ବିହାରୀ ରଥପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଏହି ପରିପ୍ରେକ୍ଷୀରେ ମନୋଜ ରଥ ଙ୍କ ସଂଯୋଜନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସମ୍ମାନିତ ଅତିଥିଗଣ ସ୍ବର୍ଗତ ହୋତାଙ୍କ ମହନୀୟ ଜିବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ।ସ୍ବର୍ଗତ ହୋତାଙ୍କ ଜ୍ୟେଷ୍ଠ ପୁତ୍ର ରାମକୃଷ୍ଣ ହୋତା,କନିଷ୍ଠ ପୁତ୍ର ଗୋବିନ୍ଦ ଚନ୍ଦ୍ର ହୋତା,ଦୁର୍ଗା ପ୍ରସନ୍ନ ରଥ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସ୍ଥାନୀୟ ସରପଞ୍ଚଙ୍କ ସହିତ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୧/୨୦୨୩----୧୧,୪୫ Sakhigopal News,29/1/2023