Breaking News

ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ଼

 
କଟକ -କଟକ ଜିଲ୍ଲା ବାଙ୍କୀ ଡମପଡା ବ୍ଲକ  କୁସୁପଙ୍ଗି ପଞ୍ଚାୟତର ନିସ୍ତିପୁର ଅଞ୍ଚଳର ପୂର୍ବତନ ସରପଞ୍ଚ ପୁଷ୍ପଲତା ପରିଡାଙ୍କ ଘର ଉପରକୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ବୋମା ମାଡ ।   ସୂଚନା ଅନୁଯାୟୀ ଗତ ସୋମବାର ବିଳମ୍ବିତ ରା଼ତ୍ରୀ ପ୍ରାୟ 1ଟା 14ମିନିଟ ସମୟରେ କିଛି ଦୁର୍ବତ୍ତ ଆସି ପୂର୍ବତନ ସରପଞ୍ଚଙ୍କ ଘର ଉପରକୁ ବୋମା ମାଡ କରି ସେଠାରୁ ପଳାଇଯାଇଛନ୍ତି ।  ଏହି ଘଟଣା ମଧ୍ୟ୍ୟ ସିସି ଟିଭିରେ କଏଦ ହୋଇଛି । ଖବର ପାଇ ବାଙ୍କୀ ପୋଲିସ ବିଭାଗର ଭାର ପ୍ରାପ୍ତ ଅଧିକାରୀ ସୌମନ୍ଦୁ ଶେଖର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ଦୁର୍ବତ୍ତଙ୍କର ଏକ ଗାମୁଛା ଓ କିଛି ଅଫୁଟା ବୋମାକୁ ଉଦ୍ଧାର କରିବା ସହ ସିସି ଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇଛନ୍ତି ।  କିଛି ଦିନ ତଳେ ଉକ୍ତ ସରପଞ୍ଚଙ୍କର ସେହି ଗ୍ରାମରେ ଥିବା ଅନ୍ୟ ଏକ ଘରଠାରେ ରହିଥିବା ଏକ ବୋଲର ଗାଡିକୁ ମଧ୍ୟ୍ୟ ଦୁର୍ବତ୍ତ ମାନେ ଜାଳି ଦେଇଥିଲେ । ତେଣୁ ଏଭଳି ଘଟଣା ବାରମ୍ବାର ଘଟୁଥିବାର ଏହା ଉପରେ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ଏବଂ ପୂର୍ବତନ ସରପଞ୍ଚଙ୍କ ସ୍ୱାମୀ ଅସିତ କୁମାର ଜେନା ।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୧୭/୧/୨୦୨୩---୮,୧୦ Sakhigopal News,17/1/2023

Blog Archive

Popular Posts