Breaking News

ବରକେରା ବିଦ୍ୟାଳୟରେ ଶହୀଦ ଦିବସ ପାଳିତ

   
   ଡେଲାଙ୍ଗ (ଅମୃତ ଦୁନିଆ)   ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ଶହୀଦ ଦିବସ ପାଳିତ ହୋଇଯାଇଛି।ତତ୍ ସହିତ ମାନ୍ୟବର ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ନିମନ୍ତେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସର୍ବ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ପରେ ଜାତୀର ଜନକ ମହାତ୍ମାଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ। ଏଥିରେ ସହଯୋଗ କରିଥିଲେ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ, ମଞ୍ଜୁଲତା ପ୍ରଧାନ, ବିରଞ୍ଚିନାରାୟଣ ବରାଳ, ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରମୁଖ। ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି। ବକ୍ତାମାନେ ଗାନ୍ଧୀଜୀଙ୍କ ସ୍ମୃତି ଚାରଣ କରିବା ସହିତ ସମୟର ଅନ୍ତ ଯାଏଁ ଗାନ୍ଧୀଜୀ ମନେ ରହୀବେ ବୋଲି କହିଥିଲେ।କେବଳ ଭାରତ ନୁହେଁ ସାରା ବିଶ୍ଵରେ ଗାନ୍ଧୀଜୀଙ୍କୁ ଉଚ୍ଚ ସମ୍ମାନ ମିଳିଥାଏ।ପରେ ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗତ କାଲି ଆତତାୟୀ ଗୁଳିରେ ପ୍ରାଣ ହରାଇଥିଲେ। ତେଣୁ ସେ ମହାଶୟଙ୍କ ଅମର ଆତ୍ମାର ସଦଗତି କାମନା କରି ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ନୀରବ ପ୍ରାର୍ଥନା କରିବା ସହ ଶୋକ ପାଳନ କରିଥିଲେ।ସର୍ବ ଶେଷରେ ବିରଞ୍ଚିନାରାୟଣ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୧/୨୦୨୩---୭,୨୫ Sakhigopal News,30/1/2023

Blog Archive

Popular Posts