Breaking News

ଜଟଣି ରେଲବାଇ ସ୍କୁଲ ର 1996 ବ୍ଯାଚ ର ବନ୍ଧୁ ମିଳନ



ଜଟଣୀ --ପିଲାବେଳ ର ସାଙ୍ଗ କୁ କେବେ ଭୁଲି ନଥାଏ l ସେହି ପିଲାବେଳ ର ଅଭୁଲା ସ୍ମୃତି କୁ ପୁଣି ଥରେ ମନ ପକେଇବା ପାଇଁ ଜଟଣି ରେଲବାଇ ସ୍କୁଲ ର 1996 ବ୍ଯାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଦେଶ ର ବିଭିନ୍ନ ସ୍ଥାନରେ ଥିବା 1996 ବ୍ଯାଚ ର ପିଲାମାନେ ଆସିଥିଲେ l କରୋନା ର ଦୁଇ ବର୍ଷ ମଧ୍ୟରେ ଯେଉଁ ସାଙ୍ଗ ମାନେ ଛାଡି ଚାଲିଯାଇଛନ୍ତି ସେମାନଙ୍କୁ ସ୍ମରଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l
ଏହି କାର୍ଯ୍ୟକ୍ରମ ଟି ପ୍ରଥମେ ରେଲବାଇ ସ୍କୁଲ ରୁ ଆରମ୍ଭ ହୋଇ ଜଟଣି ଖଣ୍ଡୁଆଳ ଙ୍କ ମନ୍ଦିର ପ୍ରାଙ୍ଗଣ ରେ ଶେଷ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ 1996 ବ୍ଯାଚ ର ଛାତ୍ର ଓ ଛାତ୍ରୀ ମାନେ ଗରିବ ମାନଙ୍କୁ ଖାଇବା ଏବ୍ଂ ଛୋଟ ଅନାଥ ପିଲାମାନଙ୍କୁ ବହି ବାଣ୍ଟି ନିଜ ନିଜ ର ସହୃଦୟ ର ପରିଚୟ ଦେଇଥିଲେ l ପରେ ସାଙ୍ଗ ମାନଙ୍କ ମଧ୍ୟରେ କିଛି ଗୀତ, ନାଚ ଏବ୍ଂ ପିଲାବେଳ ର ସ୍ମୃତି କୁ ମନ ପକାଇ ସମାପ୍ତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ଟି 1996 ବ୍ଯାଚ ର ଅମିତ୍ ମହାନ୍ତି, ବିଶ୍ୱଜିତ୍ ଲେଙ୍କା, ଦୀନବନ୍ଧୁ ପ୍ରଧାନ , ସନ୍ଦୀପ ଜେନା ଏବ୍ଂ ଗୀତା ଘଡେଇ ଙ୍କ ନେତୃତ୍ୱ ରେ ପରିଚାଳନା ହୋଇଥିଲା l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୧/୨୦୨୩----୯,୨୫ Sakhigopal News,23/1/2023

Blog Archive

Popular Posts