ବିଦ୍ୟୁତ୍ ଆଘାତରେ ଶ୍ରମିକଙ୍କ ମୃତ୍ୟୁ
ଭଞ୍ଜନଗର -- ତାରସିଂ ଥାନା ଗାଲେରୀ ଫାଣ୍ଡି ଅନ୍ତର୍ଗତ ନାରିଗୋଛା ଗ୍ରାମରେ ବିଦ୍ୟୁତ୍ ଆଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଅଶୋକ ଡାକୁଆ(୨୫) । ଗାଁ ନିକଟରେ ଚାଲିଥିବା ଏକ ନିର୍ମାଣ କାର୍ଯ୍ୟ ସ୍ଥଳରେ ଘଟିଛି ଏଭଳି ଘଟଣା । ଖବର ନେବାରେ ଜଣାପଡିଛି ନାରିଗୋଛା ଗ୍ରାମରେ ଥିବା ଏକ ମନ୍ଦିରର ନିର୍ମାଣ କାମ ଚାଲିଥିଲା । ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ରେ ହାତରେ ଧରିଥିବା ଏକ ଲୁହାଛଡ଼ ସଂସ୍ପର୍ଶରେ ଆସିଥିଲା । ଫଳରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଶ୍ରମିକ ଜଣକ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ଅବସ୍ଥାରେ ଅଶୋକକୁ ଉଦ୍ଧାରକରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ଗାଲେରୀ ଫାଣ୍ଡି ପୋଲିସ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ଏହି ଘଟଣାକୁ ନେଇ ତାରାସିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧/୨୦୨୩---୮,୧୦ Sakhigopal News,27/1/2023