Breaking News

ବନାଞ୍ଚଳସ୍ତରୀୟ ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ



ଭଞ୍ଜନଗର -- ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳ ଶାଳୁଆପଲ୍ଲୀ ଚାରାଉଦ୍ୟାନ ଠାରେ  ବନାଞ୍ଚଳସ୍ତରୀୟ ବନାଗ୍ନି ପ୍ରଶମନ ସୁପରିଚାଳନା ପ୍ରସ୍ତୁତି ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ କୁମର ବେହେରା ଅଧକ୍ଷତା କରିଥିଲେ। ଅବସରପ୍ରାପ୍ତ କୃଷି ଅଧିକାରୀ ରାଜେନ୍ଦ୍ର ଦାଶ, ଅଗ୍ନିଶମ ଅଧିକାରୀ ସମୀର ବିଶ୍ବାଳ , ବଡବୋରସିଙ୍ଗି ସରପଞ୍ଚ ଏସ ରାମେଶ୍ବରୀ ପାତ୍ର, ଲାଠିପଡା ସରପଞ୍ଚ ସୁବାସିନୀ ମଣ୍ଡଳ , ଗୋପାଳପୁରୁ ଶାସନ ଦେବରାଜ ମଣ୍ଡଳ, ମୁଦୁଲି ପଲ୍ଲୀ ସରପଞ୍ଚ ଲକ୍ଷ୍ମୀନାରାୟଣ ସ୍ବାଇଁ ଓ ସମାଜସେବୀ ଅନୂପମ ବାନାର୍ଜୀ ପ୍ରମୁଖ ମଞ୍ଚାସୀନ ଥିଲେ ।  ଆଗକୁ ଗ୍ରୀଷ୍ମରୂତୁ ଆସୁଥିବାରୁ ଜଙ୍ଗଲରେ ଯେପରି ନିଆଁ ନ ଲାଗିବ ତାହାରି ଉପରେ ନଜର ରଖିବା ସହ ଯଦି ନିଆଁ ଲାଗେ , ତେବେ ତାହାକୁ କିଭଳି ଲିଭାଇବାକୁ ହେବ ,  ସେ ସଂକ୍ରାନ୍ତରେ  ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ଅବଗତ କରାଇଥିଲେ । ଉପସ୍ଥିତ ଥିବ ବନପାଳ, ବନରକ୍ଷୀ ଓ ବିଭିନ୍ନ ସ୍ଥାନରୁ ଆସିଥିବା ବନ ସୁରକ୍ଷା ସମିତିର ସଭ୍ୟ ଓ ସଭ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମକୁ ସ୍ବାତି ଅନୁଷ୍ଠାନର କର୍ମଚାରୀ ଓ ବନପାଳ ଶରତ ମହାନ୍ତି,ଅମ୍ରିତା ଜେନା, ଏବଂ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧/୨୦୨୩----୮,୩୫ Sakhigopal News,27/1/2023

Blog Archive

Popular Posts