ଓପନ ଜିମ କୁ ନେଇ ଅଞ୍ଚଳବାସି ଅସନ୍ତୋଷ , ଜିଲ୍ଲାପାଳଙ୍କ ନିର୍ଦ୍ଧେଶକୁ ପୌରପରିଷଦର ବେଖାତିରୀ
ଜଟଣୀ -----ଜଟଣୀ ପୌରପରିଷଦ ଅନ୍ତର୍ଗତ ସମସ୍ତ ୱାର୍ଡରେ ନିର୍ମାଣ ଚାଲିଛି ଓପନ ଜିମ । ଓପନ ଜିମ ପାଇଁ କୌଣସି ଉପଯୁକ୍ତ ସ୍ଥାନର ନିରୂପଣ ନାହିଁ । ଯେଉଁଠି ପାଇଲେ ସେଇଠି ଓପନ ଜିମ । ଏହାର ନଗ୍ନଚିତ୍ର ଦେଖିବାକୁ ମିଳିଛି ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୯ ଗାନ୍ଧୀ ନଗରର ରାଜରାଣୀ ଆପାର୍ଟମେଣ୍ଟ ନିକଟରେ । ଯେଉଁ ସ୍ଥାନରେ ଓପନ ଜିମ ସେହି ସ୍ଥାନର ଦୁଇ ପାର୍ଶ୍ୱକୁ ଲାଗି ୩ ଟି ଉଚ୍ଚ ସମ୍ପନ୍ନ ଟ୍ରାନ୍ସଫରମର ରହିଛି। ମଝିରେ ଏବଂ ପାର୍ଶ୍ୱରେ ବିଦ୍ୟୁତ ଖୁଣ୍ଟ ତାହା ସହ ୭ ,୮ ଫୁଟ ଉଚତାରେ ଝୁଲି ରହିଛି ବିଦ୍ୟୁତ ତାର l ଏପରି ବିପଦ ସଂକୁଳ ସ୍ଥାନରେ ଓପନ ଜିମ ପାଇଁ କାହାର ନିର୍ଦେଶ ରହିଛି ତାହା ଜଣାପଡୁନାହିଁ । ତାହା ସମସ୍ତଙ୍କୁ ଆଚର୍ଯ୍ୟ ଚକିତ କରୁଛି l ଏହାର ନିର୍ମାଣ ପୂର୍ବରୁ କଣ ପୌରପରିଷଦ ଅଧକ୍ଷ ଏବଂ ନିର୍ବାହୀ ଅଧିକାରୀ ଅଜଣା ଥିଲେ ନା ଯୋଜନା ନାଁରେ ହରିଲୁଟ ପାଇଁ ଆଖିରେ ଅନ୍ଧପୁଟଳି ବାନ୍ଧି ଧୃତରାଷ୍ଟ୍ର ସାଜିଛନ୍ତି l ଗାନ୍ଧିନଗର ଅଞ୍ଚଳର ସମସ୍ତ ବାସିନ୍ଦା, ସେହି ଅଞ୍ଚଳର ବାସିନ୍ଦା ରାଜେନ୍ଦ୍ର ପ୍ରସାଦ ପଟନାୟକ ଏବଂ କଂଗ୍ରେସ ଦଳର ବିଧାୟକ ସଚିବ କଳିଙ୍ଗ ସାହୁଙ୍କ ମତରେ ଏହା ଏକ ଉତ୍ତମ କାର୍ଯ୍ୟ କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ ସ୍ଥାନରେ ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଯେଉଁଠାରେ ବିଦ୍ୟୁତ ଖୁଣ୍ଟ, ତାର, ଟ୍ରାନ୍ସଫରମର ଥିବା ବିପଦ ସଂକୁଳ ସ୍ଥାନରେ ଲୋକେ ଓପନ ଜିମକୁ କଣ ଜୀବନକୁ ବାଜି ଲଗାଇ ବ୍ୟାୟାମ କରିବାକୁ ଆସିବେ କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି l ଏ ନେଇ ଜଟଣୀ ବିଧାୟକ ସଚିବ କଳିଙ୍ଗ କୁମାର ସାହୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଇ-ମେଲ ଜରିଆରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ l ଏହି ଅଭିଯୋଗକୁ ତଦାରଖ କରିବାପାଇଁ ଜିଲ୍ଲାପାଳ ମହୋଦୟ ଜଟଣୀ ପୌରପରିଷଦ ନିର୍ବାହୀ ଅଧିକାରୀଙ୍କ ନିକଟକୁ ପ୍ରେରଣ କରିଥିବା ସୂଚନା ଅଛି l କିନ୍ତୁ ଏହାର କୌଣସି ସଫଳ କାର୍ଯ୍ୟାନୁଷ୍ଠାନ ନ ମଳିବାରୁ ପୁନର୍ବାର ଗତ ତା 22/01/23 ରିଖରେ ସ୍ଥାନୀୟ ବ୍ଲକରେ ହୋଇଥିବା ଜନ ଶୁଣାଣି ଅଭିଯୋଗ ପ୍ରକୋଷ୍ଠରେ ଏକ ଲିଖିତ ଅଭିଯୋଗ କରାଯାଇଅଛି l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ କେତୋଟି ଅଭିଯୋଗ ପରେ ଏହାର ସଫଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏହି ଓପନ ଜିମକୁ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି ଏହା ଦେଖିବାର ବାକି ରହିଲା l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୩/୧/୨୦୨୩---୮,୪୫ Sakhigopal News,23/1/2023