Breaking News

ପ୍ରଗତି କମିଟି ଓ ଧରଣୀଧର ଚାରେଟିବୁଲ ଟ୍ରଷ୍ଟର ଶିତବସ୍ତ୍ର ବଣ୍ଟନ

 


ଖୋର୍ଦ୍ଧା-ଜଟଣୀ :- ଜଟଣୀ ବ୍ଲକ୍ ଅନ୍ତର୍ଗତ ପଧାନସାହି ପଞ୍ଚାୟତର କୁହା ଗ୍ରାମସ୍ଥିତ ଧରଣୀଧର ଚାରେଟିବୁଲ ଟ୍ରଷ୍ଟ ଏବଂ ଗ୍ରାମ୍ୟ ପ୍ରଗତି କମିଟି ପକ୍ଷରୁ  ବେଣାପଞ୍ଜରି ଗ୍ରାମ ପଞ୍ଚାୟତର ତିରିମଲ,ରାୟପୁର ପାଟଣା, ପଶ୍ଚିମଦ୍ଵାର ପାଟଣା,ରାଣୀପୁର, ବିଶିଆପଡା ଓ ବେଣାପଞ୍ଜରି ଗ୍ରାମର ଶତାଧିକ ଗରିବ,ନିରାଶ୍ରୟ ବିଧବା,ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ମାନଙ୍କୁ ଶିତବସ୍ତ୍ର (କମ୍ବଳ)ବଣ୍ଟନ କରାଯାଇଛି। ଏହା ସହିତ ଜଟଣୀ ରହେମତ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଧରଣୀଧର ଚାରେଟିବୁଲ ଟ୍ରଷ୍ଟର ଅଧକ୍ଷ ସାରଙ୍ଗଧର ସେନାପତି,କୁହା ଗ୍ରାମ୍ୟ ପ୍ରଗତୀ କମିଟି ସଭାପତି ଅଜିତ କୁମାର ସେନାପତି, ସଭ୍ୟ ଗଣେଶ୍ୱର ସେନାପତି ଏବଂ ରହେମତ୍ ଟ୍ରଷ୍ଟର ଅଧକ୍ଷ ଫୟେଜୁଲା ସରିଫ୍,ସଭ୍ୟ ମକବୁଲ ଆଲମ୍,ଜମିର୍ ଆଲମ୍ ଓ ଶେଖ୍ ସଲିମୁଦ୍ଦିନ୍ ପ୍ରମୁଖ  ସାମଗ୍ରୀ ବଣ୍ଟନ କରିଥିଲେ । ସମିତିସଭ୍ୟ ଶରତ ପାଲଟାସିଂହ,ଶୟଦ୍ ମନସୂର୍ ଅଲ୍ଲୀ ଓ ଅଳୟ ଶ୍ରୀଚନ୍ଦନ ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।ଉଭୟ ଟ୍ରଷ୍ଟର ଏହି ମହତ୍ କାର୍ଯ୍ୟକୁ ତିରିମଲ ସରପଞ୍ଚ ପ୍ରସନ୍ନ ଛୋଟରାୟ ଓ ବେଣାପଞ୍ଜରି ସରପଞ୍ଚ ପ୍ରତିନିଧି ଶାହା ଜାଫର ଅଲ୍ଲୀ ତଥା ଅଞ୍ଚଳବାସିଙ୍କ ପକ୍ଷରୁ ସାଧୁବାଦ୍ ଜଣାଯାଇଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୧/୨୦୨୩---୮,୧୦ Sakhigopal News,19/1/2023

Blog Archive

Popular Posts