Breaking News

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର


ଜଟଣୀ---- ଜଟଣୀ ପଞ୍ଚାୟତ ସମିତି ର ସଭା ଗୃହ ରେ
ଜିଲ୍ଲାପାଳ, ଖୋର୍ଦ୍ଧା ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣୀ ରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକରବର୍ତ୍ତୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ କୁମାର ରାଉତରାୟ, ଜିଲ୍ଲାପରିଷଦ ଖୋର୍ଦ୍ଧା ସୁଚେତା ମହାପାତ୍ର, ଜଟଣୀ ବିଡ଼ିଓ ସରୋଜ କୁମାର ରାଉତ, ଜଟଣୀ ତହସିଲଦାର ରୁମାନା ଜାଫ୍ରି ଓ ବିଭିନ୍ନ ବିଭାଗ ର ସମସ୍ତ ଉପରିସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଜିର ଅଭିଯୋଗ ଶୁଣାଣି ଶିବିର ରେ ୨୩୦
ଗୋଟି ବିଭିନ୍ନ ସଂକ୍ରାନ୍ତୀୟ ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇ ଥିଲା । ତନ୍ମଧ୍ୟରୁ ୨୨୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ପତ୍ର ଓ ୭ ଗୋଟି ଗ୍ରାମ୍ୟ ସମସ୍ୟା ଅଭିଯୋଗ ପତ୍ର ଥିଲା ।୧୨ ଗୋଟି ଅଭିଯୋଗ ର ତୁରନ୍ତ ଫଇସଲା କରଯାଇଥିଲା । ଆଜିର ଶିବିର
ରେ ୨ ଜଣ ଭିନ୍ନକ୍ଷମ ଦିବ୍ୟାଙ୍ଗ ଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା ।ଆଜିର  ଶିବିର ପାଇଁ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ଦରଖାସ୍ତିକାରୀ ଙ୍କ ପାଇଁ ପାନୀୟ ଜଳ ସୁବିଧା ଓ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ବ୍ଲକ ର ସମସ୍ତ କର୍ମଚାରୀ, ଅଧିକାରୀ ସହଯୋଗ କରିଥିଲେ । ଆଜିର ଶିବିର ରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଛୋଟରାୟ ଓ ଜଟଣୀ ପୌର ପରିଷଦ ର ଅଧକ୍ଷ ଶ୍ରୀ ଅନନ୍ତ ବେହେରା ଉପସ୍ଥିତ ଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୪/୧/୨୦୨୩ ୮,୧୦ Sakhigopal News,24/1/2023
..

Popular Posts