ମହାବୀର ମନ୍ଦିରରେ ବିଶ୍ଵାଶାନ୍ତି ମହାଯଜ୍ଞ ଓ ଜନ୍ମଉତ୍ସବ ପାଳିତ
ଜଟଣୀ ----ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଅନ୍ତର୍ଗତ ମୁଣ୍ଡଳ ଗ୍ରାମରେ ସିଦ୍ଧ ମହାବୀର ଦେବ ଙ୍କ 15 ତମ ବାର୍ଷିକ ଜନ୍ମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବ୍ରତ ଧାରୀ ମାନେ ନିକଟସ୍ଥ ରଙ୍ଗିଆ ନଈ ଘାଟରୁ ପୂଜା କର୍ମ ସାରି କଳସ ଶୋଭାଯାତ୍ରାରେ ଜଳ ଆଣି ଯଜ୍ଞ ମଣ୍ଡପ ରେ ସ୍ଥାପନ କରା ଯାଇଥିଲା । ପ୍ରାୟ 50 ରୁ ଉର୍ଦ୍ଧ୍ୱ ବ୍ରତୀ ଉଭୟ ପୁରୁଷ ଓ ମହିଳା ମାନେ ଗ୍ରାମ ପରିକ୍ରମା କରି ଏହି କଳସ ଶୋଭାଯାତ୍ରାରେ ଭାଗ ନେଇଥିଲେ। ଏଠାରେ ସୂଚନା ଯୋଗ୍ୟ 18 ତାରିଖ ବୁଧବାର ଠାରୁ ଆରମ୍ଭ ଏହି ଯଜ୍ଞ ଉତ୍ସବ 21 ତାରିଖ ଶନିବାର ରେ ଶେଷ ହେବ । ଶୁକ୍ରବାର ସୂର୍ଯ୍ୟ ପୂଜା, ଗୋପୁଜା, ଗୀତା ପାଠ, ସନ୍ଧ୍ୟା ଆଳତୀ, ଭଜନ ସମାରୋହ,ନାମ ସଂକୀର୍ତ୍ତନ ଏବଂ ଶନିବାର ଦିନ ରୁଦ୍ରାଭିଷେକ, ଚଣ୍ଡୀପାଠ କାର୍ଯ୍ୟକ୍ରମ ରହିଥିବା ବେଳେ ଅନ୍ତିମ ଦିବସରେ ଯଜ୍ଞର ପୂର୍ଣ୍ଣାହୁତି ହେବ । କାର୍ଯ୍ୟକ୍ରମରେ ପ୍ରାୟ ଦଶ ହଜାର ଲୋକଙ୍କ ପାଇଁ ଅନ୍ନଛତ୍ର ବ୍ୟବସ୍ଥା ହୋଇଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ମନ୍ଦିର ପୂଜକ ଜ୍ଞାନ ରଞ୍ଜନ ଦାଶ ଓ କୁଳ ପୁରୋଧା ବାଳକୃଷ୍ଣ ମିଶ୍ର ଏହି ବିଶ୍ୱ ଶାନ୍ତି ମହାଯଜ୍ଞ ର ଦାଇତ୍ୱ ତୁଲାଉଛନ୍ତି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୯/୧/୨୦୨୩---୯,୨୦ Sakhigopal News,19/1/2023