Breaking News

ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

 
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୮ ଦିନ ଧରି ଚାଲିଥିବା ଛାତ୍ରୀ ମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ଆତ୍ମରକ୍ଷା ତାଲିମ ଶିବିର କଲ୍ପନା ଚାନ୍ଦଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ୮୯ ଛାତ୍ରୀ ମାନଙ୍କୁ  ଟ୍ରେନର ମୋନାଲି କର୍ଣ୍ଣ ତାଲିମ ଦେଇଥିଲେ।ଉଦଯାପନୀ ଉତ୍ସବରେ ବିଦ୍ୟାଳୟ ର ଅଧ୍ୟକ୍ଷ ଝସକେତନ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ଶିବିର କୁ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୦/୧/୨୦୨୩---୮,୪୫ Sakhigopal News,20/1/2023

Blog Archive

Popular Posts