ଆଦର୍ଶ ଶିକ୍ଷକ ଲୋକନାଥ ସାରଙ୍କ ଦଶାହରେ ସ୍ମୃତି ଚାରଣ ସଭା
ସାକ୍ଷୀଗୋପାଳ ----- ଜୁଇଲୁଣ୍ଡା,ନିମାକେରା,ଧାନକେରା, ଶ୍ରୀପୁରୁଷୋତ୍ତମପୁର ଓ ଗଉଡକେରା ପ୍ରାଥମିକ ବିଦ୍ୟାଳୟରେ ନିଷ୍ଠାର ସହ ଶିକ୍ଷକତା କରି ଆଜି ଚିରସ୍ମରଣୀୟ ହୋଇ ରହିଛନ୍ତି। ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦାସଵିଦ୍ୟାଧରପୁର ଗାଁର ଆଦର୍ଶ ଶିକ୍ଷକ ଲୋକନାଥ ଦାଶ ସମସ୍ତଙ୍କ ମାନସ ପଟରେ ଚିରକାଳ ସ୍ମରଣୀୟ ହୋଇ ରହିଵେ ବୋଲି ତାଙ୍କ ଦଶାହ ଅବସରରେ ସାକ୍ଷୀଗୋପାଳ ମଠସାହିରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଉପସ୍ଥିତ ସଜ୍ଜନ ଓ ବୁଦ୍ଧିଜୀବିମାନେ କରିଥିଲେ । ଡେଲାଙ୍ଗ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମିଟୁ କିଶୋର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସମାବେଶରେ ଏବିଇଓ ଯୁଧିଷ୍ଠିର ପରିଡ଼ା, ପ୍ରଧାନ ଶିକ୍ଷକ ଦିଗମ୍ବର ରଥ, ନିରଞ୍ଜନ ସାହୁ, ପ୍ରଶାନ୍ତ ଦାସ, କବୟିତ୍ରୀ ବିଶାଖା ଦେବୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣା, ସୁରେନ୍ଦ୍ର ମିଶ୍ର, ବୁଦ୍ଧିଜୀବି ଗଜେନ୍ଦ୍ର ମହାପାତ୍ର, କୈଳାସ ତ୍ରିପାଠୀ, ନୀଳକଣ୍ଠ ମହାପାତ୍ର , ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ , ପବିତ୍ର ଜେନା, ଅଭୟ ଚରଣ ସାହୁ, ପ୍ରତାପ ବିଶୋଇ,ସଦାଶିବ ବିଶ୍ବାଳ, ବିଶ୍ଵନାଥ ସେଠୀ,ପ୍ରଧାନ ଶିକ୍ଷୟିତ୍ରୀ ରୁନୁବାଳା ମହାପାତ୍ର,ସୁନିତା ମହାନ୍ତି,ବବିତା ପ୍ରଧାନ,ଯୁବ ପ୍ରତିଭା ନବକିଶୋର ମିଶ୍ର , ପବିତ୍ର ପଣ୍ଡା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ବିନୟୀ ସ୍ୱଭାବର ଅବତାରଣ କରିଥିଲେ। ଅମର ଆତ୍ମାର ସଦ୍ଗତି କାମନା କରିବା ସହ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ । ଏହି ଅବସରରେ ଜାମାତା ସନ୍ତୋଷ ମିଶ୍ର,ରାଜେଶ ମିଶ୍ର, ସିଆରସିସି ପବିତ୍ର ପଣ୍ଡା ଓ ଶିକ୍ଷକ ବନ୍ଧୁଙ୍କ ସହଯୋଗରେ ସ୍ଵର୍ଗତ ଦାଶଙ୍କ ଉଦ୍ଦେଶ୍ୟରେ ପତ୍ରିକା' ସ୍ମୃତି ଅର୍ଘ୍ୟ 'ଉନ୍ମୋଚିତ ହୋଇଥିଲା। ଶିକ୍ଷକ ଲକ୍ଷ୍ମଣ ପୂଝାରୀ , ବିକ୍ରମ କୁମାର ପାତ୍ର ,ଭଣଜା ସତ୍ୟ ନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କନ୍ୟା ସ୍ୱାଗତିକା, ମଧୁସ୍ମିତା ଦାଶ,ଭାଇ ବିଶ୍ଵନାଥ ପତ୍ନୀ ପ୍ରତିମା ସମସ୍ତଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୧/୨୦୨୩---- ୭,୧୦ Sakhigopal News,30/1/2023