Breaking News

ଓଡ଼ଗାଁ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ଯା;ସମ୍ବଲପୁରୀ ନ୍ରୁତ୍ୟରେ ମଞ୍ଚ ଦୁଲୁକିଲା




ଓଡ଼ଗାଁ:- ଆଜି ଐତିହାସିକ ଓଡ଼ଗାଁ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଦ୍ୱିତୀୟ ସଂନ୍ଧ୍ଯା ।  ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓଡ଼ଗାଁ ଆରାଧ୍ୟ ପ୍ରଭୁ ଶ୍ରୀ ରଘୁନାଥଙ୍କ ପ୍ରତିମୂର୍ତ୍ତି ନିକଟରେ  ପ୍ରଦୀପ ପ୍ରଜ୍ଜ୍ବଳିତ କରି ମହୋତ୍ସବକୁ ଉଦଘାଟନ କରିଥିଲେ। ଆଜି ମଧ୍ଯ ସମ୍ବଲପୁରୀ ନ୍ରୁତ୍ୟରେ ମଞ୍ଚ ଦୁଲୁକିଥିଲା। ମଗରବନ୍ଧ ୟୁପି ସ୍କୁଲ ର ଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧ ଆଧାରିତ ନ୍ରୁତ୍ୟ ଦର୍ଶକ ମାନଙ୍କ ମନକୁ ବିଭୋର କରିଥିଲା। ଶୀତୁଆ ସଂନ୍ଧ୍ଯା ସାଙ୍ଗକୁ ମହୋତ୍ସବ ର ନ୍ରୁତ୍ୟ, ସଂଗୀତ ଏହାସହ ବିଭିନ୍ନ ରକମର ଷ୍ଟଲ ମଜାରେ ଦର୍ଶକ ଉପଭୋଗ କରିଥିଲେ।
        ଆଜିର ମହୋତ୍ସବ ରେ ବିଶେଷ ଆକର୍ଷଣ ଭାବେ ଜଲୱା ଡ୍ୟାନ୍ସ ଗ୍ରୁପ୍ ,ଭୁବନେଶ୍ୱର ଏହା ସହିତ ଓଲିଉଡ ଆଲବମ୍ ଓ ହାସ୍ଯ ଅଭିନେତ୍ରୀ ଐଶ୍ବରିୟା ବେହେରା, ଏବଂ ଓଟିଭି ପ୍ରସାରିତ "ଦି ଗ୍ରେଟ ଓଡିଶା ପଲିଟିକାଲ ସର୍କସ" ର ହାସ୍ଯ ଅଭିନେତା ବ୍ରଜ ବିହାରୀ ସୁବୁଦ୍ଧି, ରବୀନ୍ଦ୍ରନାଥ ସାହୁ,ବିଭୁକିଶୋର ପ୍ରମୁଖ ଯୋଗଦେଇଥିବା ବେଳେ ଅନ୍ୟପକ୍ଷରେ ସିଂହାରୀ ଡ୍ୟାନ୍ସ ଗ୍ରୁପ ପୁରୀ, ନ୍ରୁତ୍ୟ ପରିବେଷଣ କରିଥିଲେ। 
                      ମୁଖ୍ଯ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ନୟାଗଡ଼ ଉପ-ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ, ଓଡ଼ଗାଁ ମଣ୍ତଳ ଉନ୍ନୟନ ଅଧିକାରୀ,  ଓଡ଼ଗାଁ ଏନ୍ ଏସି ନିର୍ବାହୀ ଅଧିକାରୀ ସନ୍ତୋଷ ଜେନା, ତହସିଲଦାର ବିଜୟିତା ସାମନ୍ତ ସିଂହାର, ବରିଷ୍ଠ ଭେଷଜ ବିଷେଷଜ୍ଞ ଡା ସିଦ୍ଧାର୍ଥ ଦାଶ, ସମାଜସେବୀ ସୂର୍ଯ୍ୟନାରାୟଣ ଚୌଧୁରୀ ପ୍ରମୁଖ ଯୋଗଦେଇଥିବା ବେଳେ ଓଡ଼ଗାଁ ସେବା ସମବାୟ ସମିତି ସଭାପତି ବିଭୁପ୍ରସାଦ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ।

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ ,ଓଡ଼ଗାଁ
ତା:- ୨୭/୧/୨୩----୧୧,୧୦ Sakhigopal News,27/1/2023

Blog Archive

Popular Posts