ୱ।ର୍ଡ ସଭ୍ୟସଭ୍ୟା ମାନଙ୍କର ପ୍ରଶିକ୍ଷଣ ଶିବିର
ସାକ୍ଷୀଗୋପାଳ ----- ସତ୍ଯବାଦୀର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବାଦର ଆନୁକୁଲ୍ୟରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ର ସହଯୋଗରେ ୱ।ର୍ଡ ସଭ୍ୟ ସଭ୍ୟା ମାନଙ୍କୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପୁରୀ ସଦର ବ୍ଲକର ବୀରହରେକୃଷ୍ଷପୁର, ବାଲିପୁଟ ଓ ରାଇଗୋରଡି ଗ୍ରାମ ପଞ୍ଚାୟତର ୪୨ ଜଣ ୱ।ର୍ଡ ସଭ୍ୟସଭ୍ୟା ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲାର ୩୦ ଗୋଟି ଗ୍ରାମ ପଞ୍ଚାୟତ ର ଶେଷ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଥିଲା। ଏହି ଶିବିରକୁ ପୁରୀ ସଦର ବ୍ଲକର ବିଡିଓ ଶ୍ରୀ ସମ୍ୱିତ ପାତ୍ର ଓ ଏବିଡିଓ ମନୋଜ କୁମାର ବେହେରା ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ତରଫରୁ ଶ୍ରୀ ରାଜବଲ୍ଲଭ ମିଶ୍ର ଓ ବେଣୁଧର ମହାପାତ୍ର ଶିବିରରେ ଟ୍ରେନର ଭାବେ ଯୋଗଦେଇ ୱ।ର୍ଡ ସଭ୍ୟ ସଭ୍ୟା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ପୁରୀ ସଦର ବ୍ଲକର ୩୪୫ ଜଣ ୱ।ର୍ଡ ସଭ୍ୟସଭ୍ୟା ମାନେ ଏଠାରେ ତାଲିମ ନେଇଥିବା ଜଣାପଡିଛି। ସ୍ବାଦ ଅନୁଷ୍ଠାନ ଶିଶିର କୁମାର ମିଶ୍ର ଶିବିରଟିକୁ ପରିଚାଳନା କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧/୨୦୨୩----୮,୧୦ Sakhigopal News,20/1/2023