Breaking News

ସାକ୍ଷୀଗୋପାଳ କଲେଜରେ ଜାତୀୟ ଭୋଟର ଦିବସ ପାଳନ



ସାକ୍ଷୀଗୋପାଳ,- ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ୧୩ତମ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି l ପ୍ରଭୁ ଜଗନ୍ନାଥ ଓ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ତଥା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଆରମ୍ଭ ହୋଇଥିଲା l ଏହି ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ୱ କରି ନିଜ ବକ୍ତବ୍ୟରେ " ନିର୍ବାଚନ ହେଉଛି ଗଣତନ୍ତ୍ର ବ୍ୟବସ୍ଥାର ଆତ୍ମା ସଦୃଶ୍ୟ l ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ରମାନ ନିର୍ବାଚନକୁ ଅଧିକ ଗୁରୁତ୍ୱ ଦେଉଥିବାରୁ ଭାରତରେ ନିର୍ବାଚନକୁ ପରିଚାଳନା କରିବା ପାଇଁ ଭାରତୀୟ ସମ୍ବିଧାନର ଧାରା ୩୨୪ ରେ ୧୯୫୦ ମସିହା ଜାନୁଆରୀ ୨୫ ତାରିଖରେ ନିର୍ବାଚନ ଆୟୋଗ ଗଠନ କରାଯାଇଥିଲା l ୨୦୧୧ ମସିହା ଡ଼ଃ ମନମୋହନ ସିଂହଙ୍କ ପ୍ରଧାନ ମନ୍ତ୍ରୀତ୍ବ ସମୟରେ ନିର୍ବାଚନ ଆୟୋଗର ଜନ୍ମ ଦିବସକୁ ଜାତୀୟ ଭୋଟର ଦିବସ ରୂପେ ପାଳନ କରାଯିବା ପାଇଁ ଉତ୍ସର୍ଗ କରାଗଲା l ଏହି ଦିବସଟିରେ ୧୮ ରୁ ୨୫ ବର୍ଷର ପୁଅଝିଅମାନଙ୍କୁ ରାଜନୀତି କ୍ଷେତ୍ରକୁ ଆକୃଷ୍ଟ କରିବା ଏବଂ ନିର୍ବାଚନରେ ଭୋଟଦାତାର ଅଧିକରକୁ ସାବ୍ୟସ୍ତ କରିବା ନିମନ୍ତେ ସରକାରଙ୍କ ତରଫରୁ ପ୍ରୋତ୍ସାହନ କରାଯାଉଛି " ବୋଲି ମତ ପ୍ରକାଶ କରିଥିଲେ l  ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରତ୍ନାକର ସାହୁ "ମତଦାତାର ଏକ ଭୋଟ ବନ୍ଧୁକର ଗୁଳି ଠାରୁ  ଅଧିକ ଶକ୍ତିଶାଳୀ" ବୋଲି ନିଜର ଭାଷଣରେ କହିଥିଲେ l  ରାଜନୀତି ବିଜ୍ଞାନ ବିଭାଗର ଅନ୍ୟତମ ଅଧ୍ୟାପକ ପ୍ର. ଅମରନାଥ ପାଲଙ୍କ ତତ୍ୱାବଧାନରେ 'ମତଦାତାଙ୍କ ସଂକଳ୍ପ'କୁ ସମୂହ ପାଠ କରାଯାଇଥିଲା l ବୈଠକରେ ପ୍ର. ସତ୍ୟ ଶିବ ସୁନ୍ଦର ମିଶ୍ର, ପ୍ର. ଧନୁର୍ଦ୍ଧର ମୁଦୁଲି, ପ୍ର. ବିଶ୍ୱଜିତ ଚୂହାଣ, ପ୍ର. ପ୍ରଦୂଷ ରଥ ଏବଂ କ୍ରୀଡ଼ା ଶିକ୍ଷକ ରଘୁନାଥ ପରିଡ଼ା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇଥିଲେ l ସମ୍ପୂର୍ଣ୍ଣ ସଭାଟିକୁ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସାହୁ ସଂଚାଳନ କରିଥିବାବେଳେ ଏହାର ସଫଳତା ପାଇଁ ଅନୁଷ୍ଠାନର ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ରାଜକିଶୋର ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୭/୧/୨୦୨୩----୧୨,୪୫ Sakhigopal News,27/1/2023

Blog Archive

Popular Posts