୧୦୮ କୁଣ୍ଡୀୟ ବୈଦିକ ବିଶ୍ଵ ଶାନ୍ତି ମହାଯଜ୍ଞ ଆୟୋଜିତ
ଭଞ୍ଜନଗର - ସ୍ଥାନୀୟ ବେଦ ପ୍ରଚାର ସମିତି ପକ୍ଷରୁ ପବିତ୍ର ବେଲେଶ୍ୱର ମହାଦେବ ପୀଠରେ ରବିବାର ୧୦୮ କୁଣ୍ଡୀୟ ବୈଦିକ ବିଶ୍ଵ ଶାନ୍ତି ମହାଯଜ୍ଞ ଆୟୋଜିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ।ଶ୍ରୁ୍ତିନ୍ୟାସ ର ଅଧ୍ୟକ୍ଷ ବାବା ସୁଧାନନ୍ଦ ସରସ୍ବତୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ବୈଦିକ ବିଶ୍ଵ ଶାନ୍ତି ମହାଯଜ୍ଞ ରେ ଏକ କାଳୀନ ୧୦୮ ଟି ଯଜ୍ଞ କୁଣ୍ଡରେ ଶ୍ରଦ୍ଧାଳୁ ଭକ୍ତ ଜନ ମାନେ ସମୂହ ଯଜ୍ଞ କରିବା ସହ ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ ଘୃତ ଆହୂତି ପ୍ରଦାନ କରିଥିଲେ। ଫଳରେ ଉକ୍ତ ଆଧ୍ୟାତ୍ମିକ ପରିବେଶ ବୈଦିକ ମନ୍ତ୍ର ଉଚ୍ଚାରଣ ରେ ପ୍ରତିଧ୍ବନିତ୍ବ ହେବା ସହ ବିଶ୍ବ ଶାନ୍ତି ର ବାର୍ତ୍ତା ପ୍ରଚାର କରିଥିଲା। ପ୍ରତ୍ୟେକ ମନୁଷ୍ୟ ପ୍ରତିଦିନ ଯଜ୍ଞ କର୍ମ କରିବା ସହ ନିଜର ଦୈନନ୍ଦିନ ଜୀବନ ଚର୍ଯ୍ୟା ଆରମ୍ଭ କରିବା ଶାସ୍ତ୍ର ସମ୍ମତ ବିଧି । ଏହାଦ୍ବାରା ମନରେ ଶାନ୍ତି ଆସିବା ସହ ସମାଜର ଉନ୍ନତି କରି ଦେଖାଇବାକୁ ଜିଜ୍ଞାସା ଉତ୍ପନ୍ନ ହୋଇଥାଏ। ଏଣୁ ଯଜ୍ଞ କୁ ଆମ ଜୀବନ ସହ ସାମିଲ କରିବା ଉଚିତ ବୋଲି ସ୍ବାମୀ ସୁଧାନନ୍ଦ ସରସ୍ବତୀ ଏଠାରେ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବେଦ ପ୍ରଚାର ପାଇଁ ନିଜ ଜୀବନର ସର୍ବସ୍ବ ଦାନ କରିଥିବା ଅବସରପ୍ରାପ୍ତ ଇଞ୍ଜିନିୟର କୁମାର ସ୍ବାମୀ ଓ ତାଙ୍କ ସହଧର୍ମିଣୀ ପୁଷ୍ପାଞ୍ଜଳି ଦେବୀଙ୍କୁ ବିଡେକା ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଟିଟିଲାଗଡର ଆନନ୍ଦ ସାମନ୍ତରାୟ ଓ ସାୟନ୍ତନୀ ତ୍ରିପାଠୀ ଙ୍କୁ ମଧ୍ୟ ବେଦର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପାଇଁ ମାନପତ୍ର ଓ ଉପଢ଼ୌକନ ଦେଇ ବିଡେକା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟ ପକ୍ଷରେ ପ୍ରତିଦିନ ଘରେ ବୈଦିକ ଯଜ୍ଞ କର୍ମ କରିଆସୁଥିବା ମାଧୁରୀ ମହାପାତ୍ରଙ୍କ ପାଇଁ ତାଙ୍କ ସୁପୁତ୍ର ନଗରପାଳ ଗୋପବନ୍ଧୁ ମହାପାତ୍ର ଓ ବେଦ ପ୍ରଚାର ପାଇଁ ଲାଲ ମୋହନ ନାୟକ ଓ ଏମ୍ ବିଜୟ କୁମାର ଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ବିଡେକା ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହ ବେଦ ପ୍ରଚାର ସମିତି ର ସମସ୍ତ ସଦସ୍ୟ ସଂପୂର୍ଣ୍ଣ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧/୨୦୨୩----୮,୪୫ Sakhigopal News,22/1/2023