Breaking News

ସତ୍ୟବାଦୀ ମଣ୍ଡଳ ସ୍ତରୀୟ ଡାକମେଳା ଅନୁଷ୍ଠିତ



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍‌ଳକ ଅନ୍ତର୍ଗତ ସାଣ୍ଢରାହାଟ ହାଇସ୍କୁଲରେ ଏକ ମଣ୍ଡଳ ସ୍ତରୀୟ ଡାକମେଳା ଅନୁଷ୍ଠିତ ହୋଇଯାଇଛି । ପୁରୀ ଡାକମଣ୍ଡଳ ସରକାରୀ ଅଧିକ୍ଷକ ଶ୍ରୀ ସଞ୍ଜୀବ ଭୂୟାଁ, ଡାକ ନୀରିକ୍ଷକ ବିଜୟ ନାୟକ, ସାଣ୍ଢରା ଗ୍ରାମ ପଞ୍ଚାୟତର ସରପଞ୍ଚ ବାସନ୍ତୀ ବେହେରା, ଯୁବ ସମାଜସେବୀ ଦୁର୍ଗା ପ୍ରସନ୍ନ ରଥ ଯୋଗ ଦେଇ ଡାକ ବିଭାଗର ସାଂପ୍ରତିକ ପରିସ୍ଥିତିରେ ଡାକ ବିଭାଗର ଭୂମିକା ତଥା ବିଭିନ୍ନ ଆକର୍ଷଣୀୟ ଜମା ଓ ବୀମା ଉପରେ  ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ ।ସୁକନ୍ୟା ସମୃଦ୍ଧି ଯୋଜନା ଡାକ ଜୀବନବୀମା, କିଶାନ ବିକାଶ ପତ୍ର, ଆଦି ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲେଚନା କରାଯାଇ ତୁରନ୍ତ ଏହାର ଫାଇଦା ଉଠାଇବା ପାଇଁ  ଅଧିକାରୀ ମାନେ କହିଥିଲେ । ଡାକ କର୍ମଚାରୀ ସୁରଦୀପ ସାହୁ, ବିଶ୍ୱରଞ୍ଜନ ସାହୁ, ପ୍ରତିମା ନାୟକ, ରଜତ ପୃଷ୍ଟି ପ୍ରମୁଖ ଉପସ୍ଥିତ ରହି ଡାକମେଳାକୁ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୩---୭,୧୦  

 Sakhigopal News, 27/1/2023

Blog Archive

Popular Posts