ଠାକୁର ଅନୁକୂଳଚନ୍ଦ୍ରଙ୍କର ସାକ୍ଷୀଗୋପାଳଆଗମନୀ ଶତବାର୍ଷିକ ସ୍ମୃତି ମହୋତ୍ସବ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଛକ ନିକଟ ସତସଙ୍ଗ ବିହାର ପରିସରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ସାକ୍ଷୀଗୋପାଳ ଆଗମନୀ ଶତବାର୍ଷିକ ସ୍ମୃତି ମହୋତ୍ସବ ପାଳିତ ହୋଇଯାଇଛି । ରଥାରୁଡ ଶ୍ରୀ ଶ୍ରୀ ଠାକୁରଙ୍କ ବିଗ୍ରହ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ଭଜନ କୀର୍ତ୍ତନ କରାଯାଇ ନଗର ପରିକ୍ରମା କରାଯାଇଥିଲା । ସାକ୍ଷୀଗୋପାଳ ସତସଙ୍ଗ ବିହାରରେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ବାର୍ଷିକପୁସ୍ତିକା ତପୋଦିପାବଳୀ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା । ଦେଓଘରର ଶ୍ରୀଧର ସୁନ୍ଦର ମିଶ୍ର ଉତ୍ସବରେ ସଭାପତିତ୍ୱ କରିଥିଲେ । ବକ୍ତା ଭାବେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସାକ୍ଷୀଗୋପାଳ ଆଗମନୀ ଶତବାର୍ଷିକ ସ୍ମୃତି ମହୋତ୍ସବ କମିଟିର ସଭାପତି ପ୍ରହଲ୍ଲାଦ ଘଟୁୁଆରୀ , ଡମ୍ବୁରଧର ଦାସ, ଶ୍ରୀଧର ସୁନ୍ଦର ମିଶ୍ର ପ୍ରମୁଖ ଯୋଗଦେଇ ଠାକୁରଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ମଣିଷ ସତମାଗରେ ଆଗେଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ରାଧେଶ୍ୟାମ ମିଶ୍ର, ହରେକୃଷ୍ଣ ମହାନ୍ତି, ଉଦୟନାଥ ମିଶ୍ର, ନଗେନ କୁମାର ମହାନ୍ତି ଉମା ଶଙ୍କର ମିଶ୍ର, ଶିଶିର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅପରାହ୍ନରେ ସମୁହ ପ୍ରସାଦ ସେବନ କରାଯାଇଥିଲା ।ଅପରାହ୍ନରେ ସମବେତ ବିନତି ପ୍ରାର୍ଥନା ସତସଙ୍ଗ ଓ ସଦାଲୋଚନା ପରେ ପରେ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯକ୍ରମ ଓ ଆତସବାଜି ପ୍ରଦର୍ଶନ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୩---୭,୨୦ Sakhigopal news, 28/1/2023