Breaking News

ଡେଲାଙ୍ଗ ରେ ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ



ଡେଲାଙ୍ଗ -ସରକାରୀ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ୨୧୫ ତମ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରଧାନଶିକ୍ଷୟିତ୍ରୀ ସତ୍ୟଭାମା ଦେବୀଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ  ଏହି ମହାନ୍ ବରପୁତ୍ର ଦ୍ବୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଶିକ୍ଷକ ଅଭୟ ଚରଣ ସାହୁ, ନାରାୟଣ ବରାଳ,ଟିକେଇ ଦଳେଇ, ସୋମନାଥ ବେହେରା,ପାପ୍ଲୀନ୍ ପ୍ରଧାନ, ସତ୍ୟଭାମା ବେହେରା ପ୍ରମୁଖ ଯୋଗଦେଇ ଏହି ଦୁଇ ମହାନ୍ ସଂଗ୍ରାମୀ ଓ ଦେଶପ୍ରେମୀଙ୍କ ଅପୂର୍ବ ସଚ୍ଚା ଦେଶପ୍ରେମ, ତ୍ୟାଗ, ବଳିଦାନ ଚିରକାଳ ପାଇଁ ପ୍ରତିଟି ଭାରତୀୟଙ୍କ ହୃଦୟରେ ଅବିସ୍ମରଣୀୟ ହୋଇ ରହିବ ବୋଲି ପିଲାମାନଙ୍କୁ କହିଥିଲେ । ଏବେଠୁ ଦେଶପ୍ରେମରେ ନିଜକୁ ନିୟୋଜିତ କରି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।ପିଲାମାନଙ୍କ ମଧ୍ୟରେ ବକ୍ତୃତା, ଦେଶାତ୍ମବୋଧକ ଓ ସ୍ବଚ୍ଛତା ସମ୍ବନ୍ଧୀୟ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।  ଶୁଭଲକ୍ଷ୍ମୀ ବେହେରା, ପ୍ରିୟଲକ୍ଷ୍ମୀ ବେହେରା, ସ୍ବୟଂଶ୍ରୀୟା ପ୍ରିୟଦର୍ଶିନୀ,ଦିପ୍ତୀମୟୀ ବେହେରା,ସିମରନ୍ ଆସୀନ୍,ରାଜଦୀପ୍ ସେଠୀ ଓ ବିଶ୍ଵପ୍ରକାଶ ସେଠୀଙ୍କୁ ପୁରସ୍କୃତ କରାଗଲା। ଶେଷରେ ମାନସ ସ୍ବାଇଁ ଧନ୍ୟବାଦ ଦେଇଥିଲେ। ସେହିପରି ଡେଲାଙ୍ଗ ବ୍ଲକ୍ ର ସବୁ ବିଦ୍ୟାଳୟରେ ସୁରେନ୍ଦ୍ର ସାଏ ଓ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୩/୧/୨୦୨୩----୭,୧୫ Sakhigopal News,23/1/2023

Blog Archive

Popular Posts