ଆଇଆଇଟି କ୍ୟାମ୍ପସରୁ ଅଜଗର ସାପ ଉଦ୍ଧାର
ଜଟଣୀ ---ସ୍ଥାନୀୟ ଆଇଆଇଟି କ୍ୟାମ୍ପସରୁ ୧୫ ଫୁଟର ଏକ ଅଜଗର ସାପ ଉଦ୍ଧାର କରାଯାଇଛି l ସୂଚନା ମୁତାବକ ଆଜି ସକାଳୁ କ୍ୟାମ୍ପସ ପରିସରରେ ପେଟ୍ରୋଲିଙ୍ଗ ଗାର୍ଡ କାର୍ଯ୍ୟରତ ସମୟରେ ଘଞ୍ଚ ବୁଦା ମୂଳରେ ଏକ ସାପ ଥିବାର ଦୃଷ୍ଟି ଗୋଚର ହୋଇଥଲା l ଜାଣିବା ପରେ ଗାର୍ଡ ସଙ୍ଗେ ସଙ୍ଗେ ଆସି ମୁଖ୍ୟ ଫାଟକ ନିକଟରେ କାର୍ଯ୍ୟରତ ଅଫିସରଙ୍କୁ ଜଣାଇଥିଲେ। ପରେ ସ୍ନେକ ହେଲ୍ପଲାଇନ କୁ ଫୋନ କରି ଜଣାଇଥିଲେ l ଜଣାଇବା ପରେ ସାପ ଧରାଳି ବିଦେଶୀ ମହାପାତ୍ର ଆସି ଅତି କୌଶଳ ଭାବରେ ୧୫ ଫୁଟର ଅଜଗର ସାପକୁ ଉଦ୍ଧାର କରି ଥିଲେ l ସାପ ଉଦ୍ଧାର ପରେ ସମସ୍ତେ ଆଶ୍ବସ୍ତି ଅନୁଭବ କରିଥିଲେ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୧/୨୦୨୩ ---୭,୪୦ Sakhigopal News 3/1/2023