Breaking News

ସାକ୍ଷୀଗୋପାଳ କଲେଜ ରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

 


ସାକ୍ଷୀଗୋପାଳ-- ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗର ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଶିବିର ଆଜି ଉଦଯାପିତ ହୋଇଯାଇଛି l ଅନୁଷ୍ଠିତ ଉଦଯାପିତ ସଭାରେ କଲେଜର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ୱ କରିଥିଲେ। ସେ ତାଙ୍କ ନିଜ ବକ୍ତବ୍ୟରେ " ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ନାରୀ ଜାତିକୁ ପୁରୁଷମାନଙ୍କ ସମକକ୍ଷ କରିବାରେ ସହାୟତା ହେବ" ବୋଲି ଉପସ୍ଥାପନା କରିଥିଲେ l ଅନ୍ଯତମ ଅତିଥି ଭାବେ ଓଡ଼ିଆ ଭାଷା ସାହିତ୍ୟର ପ୍ରାଧ୍ୟାପକ ପ୍ର.ନଳିନୀ ଲୋଚନ ଦାଶ , ସଂସ୍କୃତ  ବିଭାଗର ମୁଖ୍ୟା ତଥା ଏକାଡେମିକ ବରସାର ପ୍ର. ସୁଜାତା ମହାପାତ୍ର ଆତ୍ମରକ୍ଷା କୌଶଳର ଉପକାରିତା ସମ୍ପର୍କରେ ସୂଚନା ଦେଇଥିବାବେଳେ ବିଦ୍ୟାଳୟର ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ରାଜକିଶୋର ପତି ନାରୀର ସୁରକ୍ଷା ହେଲେ ସମାଜର ପ୍ରକୃତ ଉପକାର ହୋଇପାରିବ ବୋଲି କହିଥିଲେ l
     
      ଏହି ଆତ୍ମରକ୍ଷା କୌଶଳ ଶିବିରଟି  ଦୀର୍ଘ ୮ ଦିନ ଧରି ପ୍ରଶିକ୍ଷିକା ପାର୍ବତୀ ମହାରଣାଙ୍କ ଦ୍ୱାରା ଚାଲିଥିଲା l ଏହି ଶିବିରର ସଂଯୋଜିକା ପ୍ର.  ବିଜୟଲଷ୍ମୀ ମିଶ୍ର ଆତ୍ମରକ୍ଷା କୌଶଳ ଗ୍ରହଣ କଲେ ନିଜକୁ କିପରି ସୁରକ୍ଷିତ କରାଯାଇପାରିବ ତାହା ବକ୍ତବ୍ୟରେ ରଖି ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଆତ୍ମରକ୍ଷା ତାଲିମରେ ପ୍ରଶିକ୍ଷିକା ପାର୍ବତୀ ମହାରଣାଙ୍କ ସମେତ କ୍ରୀଡ଼ା ଶିକ୍ଷକ ଶ୍ରୀ ରଘୁନାଥ ପରିଡ଼ା ଏବଂ କନିଷ୍ଠ କିରାଣୀ ଶ୍ରୀ ମହେଶ୍ୱର ମିଶ୍ର ପୂର୍ଣ୍ଣ ସହଯୋଗ କରିଥିଲେ l ତାଲିମ୍ ଶିବିରରେ ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ଏବଂ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ପରିଶେଷରେ ବିଦ୍ୟାଳୟର କନିଷ୍ଠ କିରାଣୀ ଶ୍ରୀ ମିଶ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧/୨୦୨୩---୮,୧୦  Sakhigopal News,20/1/2023

Blog Archive

Popular Posts