Breaking News

ଡିଏଭି ପବ୍ଲିକ୍ ସ୍କୁଲରେ ପରାକ୍ରମ ଦିବସ ପାଳିତ


 
ଭଞ୍ଜନଗର---- ସୋମବାର ଦିନ ଡିଏଭି ପିଟି.ଏସ୍ .ଆର୍ ପବ୍ଲିକ୍ ସ୍କୁଲରେ ' ପରାକ୍ରମ ଦିବସ ' ପାଳିତ ହୋଇଯାଇଛି। ଉତ୍କଳ ମାଟି ମାଆର ତିନି କ୍ରାନ୍ତି ବୀରପୁତ୍ରଙ୍କ ଜନ୍ମ ଦିବସ ପାଳନ କରାଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଶ୍ରୀମତୀ ଡାକୁଆଙ୍କ ଦ୍ବାରା ଦୀପ ପ୍ରଜ୍ଜଳିତ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି ଦିବସ ଉପଲକ୍ଷେ ଛୋଟଛୋଟ ଶିଶୁମାନେ ନେତାଜୀଙ୍କ ସମ୍ବନ୍ଧରେ କିଛି କିଛି ବକ୍ତବ୍ୟ ରଖିବାସହ ସଂଗ୍ରାମୀ କହିଥିବା କିଛି କିଛି ବାର୍ତ୍ତା ରଖିଥିଲେ ।ପ୍ରଥମ,ଚତୁର୍ଥ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ଯଥା‐ଚଞ୍ଚଲ ସାବତ, ଜ୍ୟୋର୍ତିଦ୍ୟାତି ହୋତା, ହରପ୍ରିୟା ପ୍ରଧାନ,କୌଶିକ୍ ବେହେରା ,ଶ୍ରୀୟାସୀ ପ୍ରଧାନ ,ମନିଷ୍ ପଣ୍ତା,ଶ୍ରୀନାଥ ପାତ୍ର ଏବଂ ଅନ୍ବେଷ ଅଭିଜ୍ଞାନ ପ୍ରଧାନ ଇତ୍ୟାଦି ବକ୍ତୄତା ପ୍ରଦାନ କରିଥିଲେ। ତତ୍ ସହିତ ବିଦ୍ୟାଳୟର ଶିକ୍ଷକ ଶକ୍ଷୟିତ୍ରୀ ଯଥା‐ଶ୍ରୀମତୀ ମୋନାଲିସା ପଣ୍ଡା , ଶ୍ରୀମତୀ ରୀନା ପ୍ରଧାନ ଓ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଆଚାର୍ଯ୍ୟ ଏହି ଦିବସର ମହତ୍ତ୍ବ ସମ୍ବନ୍ଧରେ ଜଣାଇଥିଲେ । ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧/୨୦୨୩----୭,୪୫ Sakhigopal News,23/1/2023

Blog Archive

Popular Posts