Breaking News

ସତ୍ୟବାଦୀ ବ୍ଳକରେ ପ୍ରଥମ କରି ଧାନମଣ୍ଡି ଖୋଲିଲା





ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ପ୍ରଶାସନ ପକ୍ଷରୁ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ମଙ୍ଗଳବାର ଅପରାହ୍ନରେ ଧାନ ମଣ୍ଡି ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ସତ୍ୟବାଦୀ ବ୍ଳକର ପ୍ରାୟ ୧୬ ଗୋଟି ସମବାୟ ସମିତିରେ ବହୁ ଶିଘ୍ର ଧାନମଣ୍ଡି ଗୁଡିକ ଖୋଲାଯିବ ବୋଲି ବିଧାୟକ କହିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ଚାଷୀ ମାନେ ଧାନ ଆଣିବା ପାଇଁ ବିଧାୟକ କହିଥିଲେ । ଯାହା ଫଳରେକି କାଟେଣୀ ଛାଟେଣୀ ଠାରୁ ଆମେ ଦୂରେଇ ରହିବା ବୋଲି ଚାଷୀ ମାନଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସତ୍ୟବାଦୀ ପଞ୍ଚାୟତସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଯୋଗଦେଇ କହିଥିଲେ ସଠିକ ଧାନ ମଣ୍ଡିକି ଆଣିବା ସଠିକ ଦର ନେବା ପାଇଁ ଚାଷୀ ମାନଙ୍କୁ ଶ୍ରୀ ପଣ୍ଡା ନିବେଦନ କରିଥିଲେ ।  ବିଶେଷ କରି ଆର,ଏମ.ସିର ସମ୍ପାଦକ ଓ ହିସାବନୀରିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟପ୍ରତି ପ୍ରଶାାଂସ କରିଥିଲେ । ପ୍ରତି ସମବାୟ ସମିତିରେ ମଣ୍ଡି ଖୋଲିବା ଅଗାରୁ ମେସିନ ସହିତ ପାଲ ଓ ମିଲର ମାନେ ପହଞ୍ଚିଲେକି ନାହିଁ ତଦାରଖ ସଠିକ କରାଯାଉଛି ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ ।  ଅନୁଷ୍ଠିତ ସଭାରେ ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ସତ୍ୟବାଦୀ ବିଡିଓ ଲୋଚନ ଦାସ, ସମବାୟ ବ୍ୟାଙ୍କ ସଭାପତି କିଶୋର ଚନ୍ଦ୍ର ଛୋଟରାୟ, ସବାୟ ବ୍ୟାଙ୍କ ଉପସଭାନେତ୍ରୀ ଶ୍ରୀମତି ମିନାଷୀ ମହାପାତ୍ର, ମିଶନ ଶକ୍ତି ମହିଳା ନେତ୍ରୀ ଆରତୀ ସାହୁ ଓ ଆର,ଏମ.ସିର ଉପାଧ୍ୟକ୍ଷ ପ୍ରମୋଦ ରାଉତରାୟ, ଜିଲ୍ଲାପରିଷଦ ସଭ୍ୟ ସଭ୍ୟ, ସ୍ଥାନୀୟ ସରପଞ୍ଚ , ଜନପ୍ରତିନିଧି ମାନଙ୍କ ସହିତ ବିଭିନ୍ନ ସମବାୟ ସମିତିର ସମ୍ପାଦକ ମାନେ ଉପସ୍ଥିତ ରହିଥିଲେ । ଅନୁଷ୍ଠିତ ସଭାରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ସଭାପତିତ୍ୱ କରିଥିଲେ । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ କମଳ କୁମାର ଆଚାର୍ଯ୍ୟ କାର୍ଯକ୍ରମକୁ ପରିଚାଳନା କରିବା ସହ ଧାନମଣ୍ଡି ସମ୍ପର୍କେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟାଳୟର ହିସାବନୀରିକ୍ଷକ ଜଗତଜ୍ୟୋତି ସାହୁ , ସୁରେନ୍ଦ୍ର ଦତ୍ତ ଓ ଅନ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧/୨୦୨୩---୭,୧୦   Sakhigopal News, 3/1/2023

Blog Archive

Popular Posts