ବୈଦେଶ୍ୱର ଥାନା ର ସୁରବାବୁ କିଏ ? , ଏବେ ବି ପ୍ରଶ୍ନବାଚି ସୃଷ୍ଟି
କଟକ - ବାଙ୍କୀ ନିର୍ବାଚନ ମଣ୍ଡଳୀର ବୈଦେଶ୍ଵର୍ ଥାନାରେ କୌଣସି ଆଇ ଆଇ ସି ବେଶୀଦିନ ରହିପାରୁ ନାହାନ୍ତି । ଯେତେ ଭଲ ଅଫିସର ହେଲେ ମଧ୍ୟ ବେଶୀଦିନ ରହି ନ ପାରିବା ର କାରଣ କଣ ତାହା ଏବେ ଜନସାଧାରଣଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଜନ ସୃତିରୁ ଜଣା ଯାଏ କି ବଇଦେଶ୍ଵର ଥାନାରେ କାର୍ଯ୍ୟ ରତ ଥିବା ସ୍ଥାନୀୟ ହୋମ ଗାର୍ଡ ସୁର ବାବୁ ଯିଏ କି ଥାନା ଗାଡ଼ି ଚଳାଉଥାନ୍ତି। କିନ୍ତୁ ଥାନା ଭିତରେ ତାଙ୍କର ପାଦୂର୍ଭାବ ଯାହା ସେଥିରେ ସ୍ଥାନୀୟ ଲୋକମାନେ ଏବେବି ସନ୍ଦେହ ଘେରରେ । ସୁର ବାବୁ ପ୍ରକୃତ ରେ କିଏ , ହୋମ ଗାର୍ଡ , ଡ଼୍ରାଇଭର , ଆଇ ଆଇ ସି , ଡିଏସପି ନାଁ ଏସପି। କାରଣ ସୁର ବାବୁ ବାଲି ମାଫିଆ ଙ୍କ ଠାରୁ ଆରମ୍ଭ କରି ମଦ ମାଫିଆ , ଡ୍ରଗ ମାଫିଆ ସମସ୍ତଙ୍କ ଠାରୁ ବଟି ଆଦାୟ କରନ୍ତି । ଆଇ ଆଇ ସି ଯଦି କୌଣସି ସୂତ୍ରରୁ ଖବର ପାଇ ରେଡ କରିବାକୁ ବାହାରନ୍ତି ତେବେ ସୁର ବାବୁ ମାଫିଆ ମାନଙ୍କୁ ପୂର୍ବସୁଚି ପ୍ରଦାନ କରନ୍ତି । ଯାହା ଦ୍ୱାରା ଥାନା ଗାଡ଼ି ପହଁଚିଲା ବେଳକୁ ମାଫିଆ ଫେରାର । ସୁର ବାବୁ ଙ୍କ ଇଶାରା ରେ ଅଫିସର ଙ୍କ ବଦଳି ହୁଏ । ଲୋକ କଥାନୁସାରେ ସୁର ବାବୁ ଙ୍କର MLA ଙ୍କ ସହିତ ଭଲ ସମ୍ପର୍କ ଏବଂ MLA ଙ୍କ ନିଜ ଲୋକ । ସୁର ବାବୁ ଙ୍କ ଇଶାରା ରେ ଥାନା ପରିଚାଳିତ ବୋଲି ଜନସାଧାରଣ ପ୍ରତିକ୍ରିୟା ରଖିଛନ୍ତି । ବୁଦ୍ଧିଜୀବୀ ମହଲରେ ଜନ ପ୍ରତିନିଧି ଙ୍କ ଏତାଦୃଶ କାର୍ଯ୍ୟକଳାପ କୁ ଘୋର ନିନ୍ଦା କରା ଯାଇଛି । ପ୍ରଶ୍ନ ବାଚୀ ସୃଷ୍ଟି ହୁଏ ସମସ୍ତ ଥାନାରେ ସ୍ଵତନ୍ତ୍ର ଡ଼୍ରାଇଭର ଥିବା ବେଳେ ବଇଦେଶ୍ୱର୍ ଥାନାରେ ଡ଼୍ରାଇଭର ନିଯୁକ୍ତି ଦିଆ ଯାଉନି କାହିଁକି ?। ସୁର ବାବୁ ଙ୍କ ବ୍ୟତୀତ କଣ ଅନ୍ୟ କେହି ଷ୍ଟାଫ୍ ନାହାନ୍ତି ଗାଡ଼ି ଚଳାଇବା ପାଇଁ ନାଁ କାରଣ ଅନ୍ୟ କିଛି ?। ତୁରନ୍ତ ସୁର ବାବୁଙ୍କୁ ଖୋଜି ବାହାର କରିବା ପାଇଁ ଏସପିଙ୍କ ନିକଟରେ ଜନସାଧାରଣ ଦାବି କରିଛନ୍ତି। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ, ୨୯/୧/୨୦୨୩---୯,୧୦ Sakhigopal News,29/1/2023