Breaking News

ଘୁମୁସର ଘରୋଇ ବସ୍ ମାଲିକ ସଂଘର ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ


 
ଭଞ୍ଜନଗର--ଘୁମୁସର ଘରୋଇ ବସ ମାଲିକ ସଂଘ ଭଞ୍ଜନଗର ତରଫରୁ ୭୪ ତମ ସାଧାରଣତନ୍ତ୍ର ଦିବସ  ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସଂଘର ସଭାପତି ଗୋପବନ୍ଦୁ ମହାପାତ୍ର ଚନ୍ଦନ ବସ୍ ମାଲିକ ସୁବଳ ପ୍ରଧାନ ଜାତୀୟ ପତକା ଉତ୍ତୋଳନ  କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଶୂଳପାଣି ଶତପଥୀ ଯୋଗଦେଇଥିଲେ  । ଏଥିରେ  ନାରାୟଣୀ ବସ ମାଲିକ  ଗୋବିନ୍ଦ ଚନ୍ଦ୍ର ବାରିକ, ଘୁମୁସର ଘରୋଇ ବସ୍ ମାଲିକ ସଂଘ ର ଉପ ସଭାପତି  ସୁବାଷ ଚନ୍ଦ୍ର ଦିହୁଡିଙ୍କ ସହିତ ଶିବ ନାରାୟଣ ପ୍ରଧାନ,ହେମନ୍ତ ମହାପାତ୍ର, ସୂର୍ଯ୍ୟ ବିଶ୍ୱାଳ, ପ୍ରଭାତ କୁମାର ବାରିକ, ଚନ୍ଦନ ପ୍ରଧାନ,ସୁଦର୍ଶନ ପୁଷ୍ଟି,ସନ୍ତୋଷ କୁମାର ସ୍ୱାଇଁ, ନାଗା ଅଜୁର୍ନ ପାଣିଗ୍ରାହୀ,ସୁଧାକର ଜେନା, ,ଶିବାନନ୍ଦ ମହାପାତ୍ର, ସମସ୍ତ ବସାଷ୍ଟାଣ୍ଡ ର ହକର ବୃନ୍ଦ , ସୁପ୍ରଭାଇଜର ବୃନ୍ଦ ଉପସ୍ଥିତ ଥିଲେ ।ପରିଶେଷରେ ବସ୍ ମାଲିକ ମାନେ ଭଞ୍ଜନଗର ସରକାରୀ ଉପଖଣ୍ଡ ଚିକିତ୍ସାଳୟ କୁ ଯାଇ  ୧୦୦ ରୁ ଉର୍ଦ୍ଧ ରୋଗୀଙ୍କୁ ଶୁଖିଲା ଫଳ ଓ ମିଷ୍ଟାନ୍ତ ବଣ୍ଟନ କରିଥିଲେ । ଘୁମୁସର ଘରୋଇ ବସ୍ ମାଲିକ ସଂଘ ଏଭଳି ସାମାଜିକ କାର୍ଯ୍ୟକ୍ରମ କୁ ଉପଖଣ୍ଡ ଚିକିତ୍ସାଳୟ ର କତୃପକ୍ଷ,ସାଧାରଣ ରେ ଭଞ୍ଜନଗର ବୃଦ୍ଧିଜିବି,ସହର ଅଧିବାସୀ ଖୁସି ବ୍ୟକ୍ତ କରିବା ସହ ସଂଘ କୁ ଧନ୍ୟବାଦ ଦେଇଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୭/୧/୨୦୨୩----୧୨,୪୫ Sakhigopal News,27/1/2023

Blog Archive

Popular Posts