Breaking News

ଜରିପୁଟ ଗ୍ରାମରେ ହୃଷୀକେଶ ଙ୍କ ପରିବେଶ ସଚେତନତା

 


ଡେଲାଙ୍ଗ :ମା ମଙ୍ଗଳା ସାହିତ୍ୟ ସେବା ସଂସ୍କାର ସଂସଦ ର  ଆଜି ବାର୍ଷିକ ମହୋତ୍ସବ ରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଳକଣା ଗ୍ରାମର ସାହିତ୍ୟିକ, କବି, ପରିବେଶ କର୍ମୀ ହୃଷୀକେଶ ପାଢ଼ୀ ପରିବେଶ ସଚେତନତାର ମାହୋଲ ସୃଷ୍ଟିକରି ଅନ୍ୟପାଇଁ ଉଦାହରଣ ପାଲଟିଛନ୍ତି । ଶ୍ରୀ ପାଢ଼ୀଙ୍କର ଦୁଇଟି  ବ୍ୟାନର " ସ୍ୱଚ୍ଛତା ଓ ବୃକ୍ଷରୋପଣ , "ଉତ୍ତମ ସ୍ୱାସ୍ଥ୍ୟ ହିଁ ପରିବେଶ ସୁରକ୍ଷାର ରକ୍ଷାକବଚ 'କୁ ମୁଖ୍ୟ ଅତିଥି ଐତିହାସିକ ସତ୍ୟବାଦୀ ବଳିୟାରାସିଂହ, ଡ଼ଃ ପ୍ରଫୁଲ୍ଲ କୁମାର ସାମନ୍ତରାୟ,, ଡ଼ଃ ଶରତ ମାଝୀ, ଡ଼ଃ ନୀଳାଦ୍ରିନାଥ ଜଗଦେବ,ମାଟିର ମହକ ସଂପାଦକ ମାନସ ରଞ୍ଜନ ପଟ୍ଟନାୟକ, ଡ଼ଃ ରଜନୀ ରଣସିଂହ, ବ୍ରହ୍ମପୁରର କବୟିତ୍ରୀ ବନ୍ଦନା ମହାପାତ୍ର  ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଲୋକାର୍ପଣ କରିଥିଲେ।  ଶ୍ରୀ ପାଢ଼ୀଙ୍କର ଏଭଳି ଉଦ୍ୟମକୁ ଅତିଥି ମାନେ  ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ପାଢ଼ୀ ପରିବେଶ ସୁରକ୍ଷା ଓ ଗ୍ଲୋବାଲ ୱାର୍ମିଂ ରୁ  ରକ୍ଷା ପାଇବା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ନିବେଦନ କରିବା ସହ ନିଜ ସ୍ୱ ରଚିତ କବିତା " ବୋଉ କହୁଥିଲା ଗଛ ତୁ ପୋତିବୁ  ' ଆବୃତ୍ତି କରି ଶ୍ରୋତୃମଣ୍ଡଳୀ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରେ ପରେ ଏକ ସଚେତନତା ରାଲି ଜରିପୁଟ ଗ୍ରାମ ପରିକ୍ରମା କରି ପରିବେଶ ସୁରକ୍ଷା ବାର୍ତ୍ତା ପ୍ରଦାନ କରିଥିଲେ  । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି,୧୫/୧/୨୦୨୩---୮,୪୫ Sakhigopal News,15/1/2023

Blog Archive

Popular Posts