Breaking News

ଅତ୍ରୀମୁନି ରୁରାଲ ଏଡୁକେଶନାଲ ଡେଭଲପମେଣ୍ଟ ଟ୍ରଷ୍ଟ ସହବନ୍ଧିତ ; ରଘୁନାଥ ଷ୍ଟଡି କେୟାର ବାର୍ଷିକୋତ୍ସବ



ଓଡ଼ଗାଁ,: ଓଡ଼ଗାଁ ଏନ୍ଏସି କଲେଜ ରୋଡ ରେଞ୍ଜର ଅଫିସ ସାମ୍ନା ଶ୍ରୀରାମ ନଗର, ଅତ୍ରୀମୁନି ରୁରାଲ ଏଡୁକେଶନାଲ ଡେଭଲପମେଣ୍ଟ ଟ୍ରଷ୍ଟ ସହବନ୍ଧିତ ରଘୁନାଥ ଷ୍ଟଡି କେୟାରର ଅଷ୍ଟମ ବାର୍ଷିକୋତ୍ସବ  ସ୍ଥାନୀୟ ବ୍ଳକ ରୋଡ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ଯୋଗ ଦେଇ ପ୍ରଭୁ ରଘୁନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ସୋମୁ ଏବଂ ଶିଖାଙ୍କ ସ୍ବତନ୍ତ୍ର ଉପସ୍ଥାପନା କରିଥିଲେ  । ପରେ ଅତିଥି ମାନଙ୍କୁ ଛାତ୍ରଛାତ୍ରୀ ମାନେ ଚନ୍ଦନ, ଫୁଲ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ମୁଖ୍ୟ ଅତିଥି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ପ୍ରତ୍ୟେକ ମୁହୁର୍ତ୍ତରେ ସତର୍କତା ଅବଲମ୍ବନ ଏବଂ ବିପଦର ପ୍ରାରମ୍ଭିକ ସମୟରେ ପୋଲିସକୁ ବିଶ୍ବାସ କରି ସହାୟତା ଲୋଡାଗଲେ ଉପଯୁକ୍ତ ସହଯୋଗ ମିଳିପାରିବ ବୋଲି ମତ ରଖିଥିଲେ । ପରବର୍ତ୍ତୀ ସମୟରେ ଅନୁଷ୍ଠାନକୁ ଭଲପାଉଥିବା ମଞ୍ଚାସିନ ଅଧ୍ୟାପକ ଏବଂ ଶୁଭେଚ୍ଛୁ ବରିଷ୍ଟ ସାମ୍ବାଦିକ ଅଶୋକ କୁମାର ମହାପାତ୍ର ମନୁଷ୍ୟର ଆବଶ୍ୟକତାରୁ ବିକଳ୍ପ ସୃଷ୍ଟି ହୋଇଥାଏ ବୋଲି କହିଥିଲେ ‌। ଉପଦେଷ୍ଟା ପଦ୍ମନାଭ ମହାପାତ୍ର, ସୁଶାନ୍ତ କୁମାର ପାତ୍ର ଓ ରାଧା ମୋହନ ନାୟକ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କ ସମୟାନୁ ବର୍ତିତା ଓ ସମୟୋପଯୋଗୀ କର୍ତ୍ତବ୍ୟ ତାଙ୍କୁ ସମାଜରେ ଉଚ୍ଚରୁ ଉଚ୍ଚତର ଆସନରେ ଅଧିଷ୍ଠିତ କରାଇ ପାରିଥାଏ ବୋଲି ମତ ରଖିଥିଲେ । ଆଜିର କାର୍ଯ୍ୟକ୍ରମ ଅବସରରେ ରଘୁନାଥ ଷ୍ଟଡି କେୟାରର ପ୍ରଥମ ବର୍ଷର ଛାତ୍ର ତପନ କୁମାର ଷଡଙ୍ଗୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ବର୍ଣ୍ଣ ପଦକ ସହ ସ୍ନାତକୋତ୍ତର ହାସଲ କରିଥିବାରୁ ଅନୁଷ୍ଠାନ ତରଫରୁ ତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହା ସହିତ ପୂର୍ବ ବର୍ଷର ସର୍ବାଧିକ ନମ୍ବର ରଖିଥିବା ଗଣେଶ୍ୱର କଅଁର, ସ୍ନିଗ୍ଧାସୁରଭି ମିଶ୍ରଙ୍କୁ ମାନପତ୍ର ସହ  ସମ୍ମାନିତ କରିଥିଲେ । ଶେଷାର୍ଦ୍ଧରେ ବିଶେଷ କରି ଛାତ୍ରୀ ମାନଙ୍କ ଦ୍ଵାରା ବହୁ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଓଡ଼ଗାଁ ରୁ ଦୀଲିପ କୁମାର ବିଷୋୟୀ ଙ୍କ ରିପୋର୍ଟ,୧୬/୧/୨୦୨୩-----୮,୪୫ Sakhigopal News,16/1/2023

Blog Archive

Popular Posts