Breaking News

ସୋଫିଟୋରୀୟମ ଗୃପ ଶିକ୍ଷାନୁଷ୍ଠାନର ପ୍ରତିଭା ଚୟନ




ଖୋର୍ଦ୍ଧା-ଜଟଣୀ--- ସୋଫିଟୋରୀୟମ ସ୍କୁଲ ଅଫ ଏଯୁକେଶନର ଗ୍ରାମାଞ୍ଚଳରେ ବସବାସ କରୁଥିବା କୋମଳମତି ଶିଶୁ ମାନଙ୍କ ପ୍ରତିଭା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ନିର୍ଦ୍ଦେଶିକା ଡ଼ଃ ପ୍ରଣତୀ ମିଶ୍ରଙ୍କ ନିର୍ଦ୍ଦେଶରେ ଆଜି ଜଟଣୀ ବ୍ଲକ ଅନ୍ତର୍ଗତ ତରାବୋଇ ଗ୍ରାମ ପଞ୍ଚାୟତର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ଏହି ପଞ୍ଚାୟତ ଅନ୍ତର୍ଗତ ୬ଟି ଗ୍ରାମର ଅଧ୍ୟୟନରତ ତିନିରୁ ବାରବର୍ଷ ବୟସ୍କ ପିଲାମାନଙ୍କୁ ନେଇ ଏକ ଚିତ୍ରାଙ୍କନ ଓ ରଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଏଥିରେ ଅଙ୍ଗନୱାଡ଼ିରୁ ଆରମ୍ଭ କରି ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜନିଜର ଲୁକାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ। 
ପ୍ରତିଯୋଗୀତାରେ ଭାଗନେଇ ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଯୋଗୀତାରେ ସିନିୟର୍ ବିଭାଗରେ  ନିହାର ରଞ୍ଜନ ବରାଳ ପ୍ରଥମ ,ନଫିଶା ନାଜ୍ ଦ୍ୱିତୀୟ ,ଅରୁସ ବରାଳ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜୁନିଅର୍ ବିଭାଗରେ ଦିବ୍ୟଦର୍ଶନ ରାଉତରାୟ ପ୍ରଥମ ,ପ୍ରୀୟଲ୍ ପଟ୍ଟନାୟକ ଦ୍ୱିତୀୟ ଏବଂ ଗୁରୁ ପ୍ରସାଦ ବଳିଆର୍ ସିଂ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିଛନ୍ତି।
ସୂଚନାଯୋଗ୍ୟ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଅଧ୍ୟୟନରତ କୋମଳମତି ଶିଶୁ ମାନଙ୍କ ପ୍ରତିଭା ବଣମଲ୍ଲି ବଣରେ ଫୁଟି ବଣରେ ମଉଳିଯିବା ଭଳି ଅବସ୍ଥାରେ ପହଞ୍ଚିଛି। ସେମାନଙ୍କୁ ଲୁକାୟୀତ କରିବା ଲୋକଲୋଚନକୁ ଆଣିବା ଓ ପ୍ରୋତ୍ସାହନ ଯୋଗାଇଦେବା ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ ବୋଲି ସୋଫିଟୋରୀୟମ ସ୍କୁଲର ଅଧକ୍ଷା ନମିତା ରାଉତ କହିଛନ୍ତି।ମନୋଜ ମିଶ୍ରଙ୍କ ଦ୍ଵାରା ଆୟଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂଯୁକ୍ତା ମହାରଣା, ପ୍ରଯୋଜିତା ମାର୍ଥା, ସସ୍ମିତା ମହାନ୍ତି ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୧/୨୦୨୩---୮,୪୦ Sakhigopal News,15/1/2023

Blog Archive

Popular Posts