Breaking News

୩୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ


 
ଭଞ୍ଜନଗର - ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ୩୧ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମଙ୍ଗଳବାର ଉଦଘାଟିତ ହୋଇଯାଇଛି ।  କ୍ରୀଡା ପ୍ରତିଯୋଗିତାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଜୟରାମ ସେନାପତି ଉଦଘାଟନ  କରିଥିଲେ । ବହୁ ସଂଖ୍ୟାରେ ଛାତ୍ରୀ ମାନେ  ପ୍ରତିଯୋଗିତାରେ  ଅଂଶଗ୍ରହଣ କରିଥିବାରୁ ଅଧ୍ୟକ୍ଷ ସେମାନଙ୍କୁ ଉତ୍ସାହିତ କରିଥିଲେ । ଆଗକୁ ବଢ଼ିବାର ମନୋବୃତ୍ତି ନେଇ ପ୍ରତିଯୋଗିତାରେ ଭାଗ ନେବାର ଆବଶ୍ୟକତା ରହିଛି ବୋଲି ଛାତ୍ରୀ ଙ୍କୁ ପରାମର୍ଶ ଦେଇଥିଲା । ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ୨୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ  ସନ୍ଧ୍ୟାରାଣୀ ପ୍ରଧାନ,ରଶ୍ମିତା ବେହେରା , ପ୍ରେମଚାନ୍ଦ ମଲ୍ଲିକ , ମୋନାଲିସା ସାହୁ , ପ୍ରଭାତି ମିଶ୍ର , ବିରଞ୍ଛ ନାରାୟଣ ଆଚାର୍ଯ୍ୟ , ଉପସ୍ଥିତ ରହିଥିବା ବେଳେ   ମାନସ ପ୍ରହରାଜ,ପି ରମେଶ୍ ରାଓ , ପି ଆନନ୍ଦ ରାଓ , ମୋଚିରାମ ରଣସିଂ , ପ୍ରବୀଣ କୁମାର ଖାଡଙ୍ଗା ଓ ବିଚିତ୍ର ଜେନା ପ୍ରମୁଖ କ୍ରୀଡା ପ୍ରତିଯୋଗିତାକୁ ପରିଚାଳନାରେ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୧/୨୦୨୩----୪,୧୦ Sakhigopal News,3/1/2023

Blog Archive

Popular Posts