ଗୟଳ ହତ୍ୟା ସନ୍ଦେହରେ ଯୁବକ ଅଟକ, ନିର୍ଦ୍ଦୋଶ ଦାବିରେ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା
ଓଡ଼ଗାଁ:- ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ମଧୁଆମା ଗ୍ରାମ୍ୟ ଜଙ୍ଗଲରୁ ଗତ ତା- ୨୮ ଗୁରୁବାର ଦିନ ଓଡ଼ଗାଁ ବନ କର୍ମଚାରୀ ମାନେ ଗୋଟିଏ ମ୍ରୁତ ଗୟଳର ସିଙ୍ଗ, ଲାଞ୍ଜ, ଅନ୍ତବୁଜୁଳା ଜବତ୍ କରିଥିଲେ। ଏହି ଗୟଳ ମ୍ରୁତ୍ୟୁ କୁ ନେଇ ବନବିଭାଗ ଗୌଡପୁଟ ପଞ୍ଚାୟତର ଶୁଦ୍ରନୁଆପଲ୍ଲୀ ଗ୍ରାମର ନବ ବେହେରାଙ୍କୁ ଗତ -୨୯ ଶୁକ୍ରବାର ଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଧରି ଅଟକ ରଖି ପଚରାଉଚରା କରୁଥିଲା। କିନ୍ତୁ ଆଜି ଅଟକ ନବ ବେହେରାଙ୍କୁ କୋର୍ଟ ଚାଲାଣ କରିବା ପାଇଁ ନେଉଥିବା ବେଳେ ଯୁବକଙ୍କ ପରିବାର ଓ ଗ୍ରାମବାସୀ ମିଶି ନବ ବେହେରାଙ୍କୁ ନିର୍ଦ୍ଦୋଶ ଦାବିରେ ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ବନବିଭାଗ ଗାଡିକୁ ଛାଡିନଥିଲେ।
ଚାପା ଉତ୍ତେଜନା ସୃଷ୍ଟି ହେବାରୁ ଘଟଣାସ୍ଥଳରେ ଓଡ଼ଗାଁ ଆଇଆଇସି ପୂର୍ଣଚନ୍ଦ୍ର ପଟ୍ଟାୟତ ଓ ସବ-ଇନିସ୍ପେକ୍ଟର ଚକ୍ରଧର ସିଂ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗ୍ରାମବାସୀ ଯୁବକଙ୍କୁ ଛାଡିବା ଦାବିରେ ଉଠି ନଥିଲେ ଫଳରେ ଆହୁରି ଚାପା ଉତ୍ତେଜନା ସୃଷ୍ଟି ହେବାରୁ ଘଟଣାସ୍ଥଳରେ ଶରଣକୂଳ ଏସଡିପିଓ କିରଣ ହେମ୍ବ୍ରମ୍ ଓ ନୟାଗଡ଼ ବନ କର୍ମଚାରୀ ପହଞ୍ଚି ଲୋକଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ଲୋକ ନ ଉଠିବାରୁ ପୋଲିସ ଦ୍ୱାରା ଧାରଣାରତ ଗ୍ରାମବାସୀଙ୍କୁ ପୋଲିସ ଜୋରଜବରଦସ୍ତ ହାତଧରି ଉଠାଉଥିବା ପରିସ୍ଥିତି ମଧ୍ଯ ସ୍ରୁଷ୍ଟି ହୋଇଥିଲା। ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:-୩/୧/୨୩----୭,୪୫ Sakhigopal News,3/1/2022