ବେରୁଆଁବାଡି ରେ ଅଗ୍ନିକାଣ୍ଡ , ୪ ବଖରା ଘର ପୋଡି ପାଉଁଶ ,ଅଗ୍ନିବିପନ୍ନ ଙ୍କୁ ଭେଟିଲେ ଭଞ୍ଜନଗର ବିଜେପିର ପ୍ରତିନିଧି ଦଳ
Fire in Beruambadi, 4-room house burnt to ashes, Bhanjnagar BJP delegation met the firemen.
ଭଞ୍ଜନଗର – ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ବେରୁଆଁବାଡି ଗାଁ ରେ ଅଗ୍ନିକାଣ୍ଡ ଘଟି ୪ ଟି ପରିବାର ର ୪ ବଖରା ପୋଡ଼ି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଖବରପାଇ ଭଞ୍ଜନଗର ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ । ଅଗ୍ନିକାଣ୍ଡରେ ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଚୁଲି ନିଆଁ ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । କ୍ଷତିଗ୍ରସ୍ତ ପରିବାରଙ୍କ ମଧ୍ୟରେ ପଞ୍ଚୁ ଗୈାଡ , ସନ୍ତୋଷ ଗୈାଡ , ଶୁଶାନ୍ତ ଗୈାଡ ଏବଂ ଅରୁଣ ଗୈାଡ ଙ୍କ ବହୁ ପରିମାଣର ଆସବାବ ପତ୍ର , ଘରୋଇ ଉପକରଣ ଓ କୃଷି ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ସମସ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି ।ସମସ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ଗୁରୁବାର ସୁଧା ସରକାରୀ ସହାୟତା ପହଞ୍ଚି ନଥିବା ଅଗ୍ନି ବିପନ୍ନ ପରିବାର ଅଭିଯୋଗ କରିଛନ୍ତି।ଏହି ଅଗ୍ନିକାଣ୍ଡ ଖବର ପାଇ ଭଞ୍ଜନଗର ବିଜେପି ୫ ଜଣିଆ ପ୍ରତିନିଧି ଦଳ ବେରୁଆଁବାଡି ଗ୍ରାମରେ ଘଟିଥିବା କ୍ଷତି ଗ୍ରସ୍ତ ଅଗ୍ନି ବିପନ୍ନ ଲୋକଙ୍କୁ ଭେଟି ଘଟଣା ବିଷୟରେ ଆଲେଚନା କରିବା ସହ ଶୁଖିଲା ଖାଦ୍ୟା ବଣ୍ଟନ କରିଥିଲେ । ଅତିଶୀଘ୍ର ସରକାରୀ ସାହାଯ୍ୟ ଯୋଗାଇ ପାଇଁ ପ୍ରଶାସନ ନିକଟରେ ଦାବୀ କରାଯିବ ବୋଲି କହିଥିଲେ । ପ୍ରତିନିଧି ଦଳରେ ପୂର୍ବତନ ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ,ଯୁବନେତା ଅଯୋଧ୍ୟା ମହାପାତ୍ର,ନିଳମାଧବ ପାତ୍ର,ରବିନ୍ଦ୍ର କୁମାର ଗୌଡ଼,ସନ୍ତୋଷ ତିଆଡ଼ି,ସନ୍ତୋଷ ପାଳ,ବିନାୟକ ତ୍ରିପାଠୀ, ଶିବ ମହାପାତ୍ର ସମେତ , ବିଜେପି କର୍ମୀ ଉପସ୍ଥିତ ଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୪/୮/୨୦୨୨----୮,୪୦
Sakhigopal News,4/8/2022