Breaking News

ସତ୍ୟବାଦୀରେ ସବୁଠି ଉଠିଲା ତ୍ରିରଙ୍ଗା ; ଆଜାଦୀ କା ଅମୃତ ମହୋତ୍ସବ ଧୁମଧାମରେ ପାଳିତ , ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ଙ୍କୁ ଲୁଗା ବଣ୍ଟନ


ସାକ୍ଷୀଗୋପାଳ ---- ସତ୍ୟବାଦୀ ରେ 76ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଦିନକୁ ମନେରଖିବା ପାଇଁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିଛନ୍ତି। ଏହା ସହିତ ସମସ୍ତେ ଘରେ ଜାତୀୟ ପତାକା ଉଡ଼ାଇବା ସହ ଅମର ଦେଶପ୍ରେମୀ ମାନଙ୍କୁ ମନେପକାଇ ବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି। ବିଶେଷ କରି ଜୟପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସରପଞ୍ଚ ଆରାଧନା ସାମନ୍ତରାୟ ପତାକା ଉତ୍ତୋଳନ କରିଥିବା ବେଳେ ସମଚିସଭ୍ଯ ଦୀପକ ଶତପଥୀ, ସମାଜସେବୀ ଦେବଦତ୍ତ ସାମନ୍ତରାୟ,ନାଏବ ସରପଞ୍ଚ, ଓ୍ବାର୍ଡ ସଭ୍ୟ ସଭ୍ୟା ମାନେ ଉପସ୍ଥିତି ରହିଥିଲେ । ଏହି ଅବସରରେ ଜୟପୁର ପଞ୍ଚାୟତ ର ସମସ୍ତ ଅଙ୍ଗନବାଡି କର୍ମୀ ଓ ଆଶା ଦିଦି ମାନଙ୍କୁ ସେମାନଙ୍କ ର ୟୁନିଫର୍ମ ଲୁଗା ବଣ୍ଟନ କରିଥିଲେ । ଯାହାକି 76ତମ ସ୍ବାଧୀନତା ଦିବସର ଏକ ସ୍ମାରକି ଅବସରରେ କରାଯାଇଛି ବୋଲି ଶ୍ରୀ ଶତପଥୀ କହିଛନ୍ତି ଅବସରରେ ସତ୍ୟବାଦୀ ବ୍ଳକ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ପତାକା ଉତ୍ତୋଳନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଡ଼ିଓ ଦାୟିତ୍ବରେ ଥିବା ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ଅତିରିକ୍ତ ବିଡ଼ିଓ ଅରକ୍ଷିତ ବେହେରା, ଉପାଧ୍ୟକ୍ଷା ନିବେଦିତା ପାତ୍ର, ଆଇଆଇସି ବିଜୟ କେତନ ବେହେରା, ବଡ଼ବାବୁ ପ୍ରଫୁଲ ବେହେରା ,ଜେଇ ଶରତ ସୁଧାଂଶୁ ରଥ , ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀଣି ଶୁଭଶ୍ରୀ ଲକ୍ଷ୍ମୀ ବେହେରା, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତ, ଶୁକଳ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଜଳନ୍ଧର ସେଠୀ, ନରେନ୍ଦ୍ରପୁର ପଞ୍ଚାୟତର ସମିତି ସଭ୍ୟ ପ୍ରଶାନ୍ତ କୁମାର ମହାପାତ୍ର , ମହିଳା ସଭାନେତ୍ରୀ ହରପ୍ରିୟା ବେହେରା, ପୂର୍ବତନ ଆତ୍ମ ଅଧକ୍ଷ ବେବିଲାଲ ମିଶ୍ର, ସତ୍ୟବାଦୀ ବ୍ଲକ ର ବିଜୁ ଯୁବ ଜନତା ଦଳର ସଭାପତି ଶରତଚନ୍ଦ୍ର ରାଉତରାୟ,ବିଜୁ ଛାତ୍ର ଜନତା ଦଳର ସଭାପତି ଦୀନେଶ ମହାପାତ୍ରଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ମାନେ ଉପସ୍ଥିତିରେ 76ତମ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସେହିପରି ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ଚିନ୍ମୟ ରାଉତ ପତାକା ଉତ୍ତୋଳନ କରିଥିଲେ। ସେଠାରେ ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ମହାପାତ୍ର ଯୋଗ ଦେଇ ଦେଶ ଭକ୍ତ ମାନଙ୍କ ସମ୍ବନ୍ଧରେ ମତ ରଖିଥିଲେ । ସତ୍ୟବାଦୀ ହାଇସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପିଲାମାନେ ଦେଶ ବନ୍ଦନା ଗାନ କରି ସାକ୍ଷୀଗୋପାଳ ବଜାର ପରିକ୍ରମା କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୮/୨୦୨୨---୨,୦୦ Sakhigopal News,15/8/2022

Blog Archive

Popular Posts