ସ୍ୱର୍ଗତ କବି ଦିଲ୍ଲୀପ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା
ଭଞ୍ଜନଗର - ଭଞ୍ଜନଗର ସାଂସ୍କୃତିକ ପରିଷଦ ଏବଂ ଆନନ୍ଦ ସଂଗୀତାୟନ ତରଫରୁ କବି ୰ଦିଲ୍ଲୀପ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଡ଼ିଫେନ୍ସ କଲୋନୀସ୍ଥିତ ଲାବଣ୍ୟବତୀ କଳାମଣ୍ଡପରେ ଏକ ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା । ଆନନ୍ଦ ସଂଗୀତାୟନର ସମ୍ପାଦକ ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ପରେ ଉଦ୍ଘାଟକ ବରିଷ୍ଠ ସାହିତ୍ୟିକ ସୋମନାଥ ନାୟକ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ସ୍ୱର୍ଗତ କବି ଦିଲ୍ଲୀପ ଦାସଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ପ୍ରଦାନ କରି ୧ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା। ଭଞ୍ଜନଗରର ସହରର ବହୁ ବରିଷ୍ଠ ସାହିତ୍ୟିକ ଯୋଗ ଦେଇ ସ୍ୱର୍ଗତ ଦାସଙ୍କୁ ନିଜର ବକ୍ତବ୍ୟରେ ତାଙ୍କରି ଅମର କୃତିର ଆଲୋକପାତ କରିଥିଲେ । ଗବେଷକ ଡଃ କମ୍ବୁପାଣି ସାମନ୍ତ, ଡ. ସୁରେଶ ଚନ୍ଦ୍ର ପଣ୍ଡା, କବି ପ୍ରଶାନ୍ତ ମହାନ୍ତି, ଡ. ଗୁରୁମୂର୍ତି ନାୟକ, ସାମ୍ବାଦିକ ନେତାଜୀ ବିଷୋୟୀ ଏବଂ କବି ବିମ୍ବାଧର ଷଡ଼ଙ୍ଗୀ ସ୍ୱର୍ଗତ ଦାସଙ୍କୁ ସ୍ମୃତିକୁ ସାଉଁଟିଥିଲେ । କବି ପ୍ରଶାନ୍ତ ମହାନ୍ତି ସ୍ୱର୍ଗତ ଦାସଙ୍କ ସାହିତ୍ୟ କୃତି, କାବ୍ୟା, ବିଲୁପ୍ତ ସାମ୍ରାଜ୍ୟ, ସୁଦୁରୁ ଅନେକ ଦୁର ଏବଂ ନୀଳମାଧବ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଡ. ସୁରେଶ ଚନ୍ଦ୍ର ପଣ୍ଡା ନିଜର ବକ୍ତବ୍ୟ ବେଳେ ଭାବ ବିହ୍ୱଳ ହୋଇଯାଇଥିଲେ। ଡ. କମ୍ବୁପାଣି ସାମନ୍ତ ତାଙ୍କର ନିରାଡ଼ମ୍ବର, ନରଳସ ଜୀବନଚର୍ଯ୍ୟା ତଥା ସାହାସ ଓ ନୈତିକ ମୂଲ୍ୟବୋଧ ଉପରେ ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସାହିତ୍ୟ ଜଗତରେ ସାଲିସ ବିହିନ ସଂଗ୍ରାମର ସେ ଥିଲେ ସେନାପତି ଏହି ମର୍ମରେ ସମସ୍ତ ବକ୍ତା ସ୍ୱୀକାର କରି ସେ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ସୁଶ୍ରୀ ସୁଧାଂଶୁରାଣୀ ଜେନା ଏବଂ ଦିବାକର ପ୍ରଧାନ କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୦/୨୦୨୧----୭,୫୦
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୦/୨୦୨୧----୭,୫୦
Sakhigopal News,18/10/2021