Breaking News

ଝୁମ୍ପୁଡିବାସୀଙ୍ ଥଇଥାନ ପାଇଁ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ସ୍ମୃତି କମିଟି ତରଫରୁ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ


ଜଟଣୀ --ଜଟଣୀ ପୈର ପରିଷଦ ଅଞ୍ଚଳରେ ରେଳବାଇ କଲୋନୀ ମାନଙ୍କରେ ଦୀର୍ଘ ବର୍ଷ ଧରି ୧ ହଜାର ପରିବାର ଝୁମ୍ପୁଡି ଘର କରି ବସବାସ କରୁଛନ୍ତି l ରେଳପ୍ରଶାସନ ତାଙ୍କର ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରାୟ ଅର୍ଦ୍ଧାଧିକ ଝୁମ୍ପୁଡି ଭାଙ୍ଗି ସାରିଲାଣି । ଅବଶିଷ୍ଟ ଝୁମ୍ପୁଡି ଗୁଡିକୁ ଭାଙ୍ଗି ଦେବା ପାଇଁ ନୋଟିସ ଜାରି କରିଛନ୍ତି । ପରିବାର ଗୁଡିକୁ ଜରୁରୀ ଥଇଥାନ ଦାବି ନେଇ ଗତ ତା -୧୮/୧0/୨୧ ରିଖ ଦିନ ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ସ୍ମୃତି କମିଟି ସେହି ପରିବାର ମାନଙ୍କୁ ନେଇ ଜଟଣୀ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଥିଲେ । ଏଥିରେ ପୌରାଧିକାରୀ ଉପରୋକ୍ତ ସମସ୍ୟାର ସମାଧାନ କରିବା ନିମନ୍ତେ ତା ୨୧ /୧0/୨୧ ରିଖ ଦିନ ସ୍ମୃତି କମିଟି ଓ ବସ୍ତି ବାସିନ୍ଦାଙ୍କ ମଧ୍ୟରୁ ଏକ ପ୍ରତିନିଧି ଦଳକୁ ନେଇ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ନିକଟରେ ଉପରୋକ୍ତ ବିଷୟରେ ଆଲୋଚନା କରିଥିଲେ । ଆଲୋଚନାରେ ଜିଲ୍ଲାପାଳ ଖୋର୍ଦ୍ଧା ଯଥା ଶୀଘ୍ର ଉପରୋକ୍ତ ପରିବାର ଗୁଡିକୁ ଥଇଥାନ କରିବାପାଇଁ ପୌରାଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଫଳରେ ସ୍ମୃତି କମିଟି ଏକ ଲିଖିତ ଦାବିପତ୍ର ନେଇ ତହସିଲଦାରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ତହସିଲଦାର ମହାଶୟ ଦୁଇମାସ ମଧ୍ୟରେ ଥଇଥାନର ବ୍ୟବସ୍ଥା କରିବାପାଇଁ ପ୍ରତିଶୃତି ଦେଇଥିଲେ । ଏବଂ ଥଇଥାନ ପର୍ଯ୍ୟନ୍ତ ଝୁପୁଡି ଉଛେଦ ନ କରିବାପାଇଁ ଏକ ଚିଠି ପୂର୍ବତଟ ରେଳବାଇ ପ୍ରବନ୍ଧକଙ୍କୁ ପ୍ରଦାନ କରିବେ ବୋଲି ସ୍ମୃତି କମିଟିର ସଭାପତି ବିଭୁତି ଭୂଷଣ ମିଶ୍ର ଏବଂ ସମ୍ପାଦକ ସୁରେଶ ଚନ୍ଦ୍ର ବେହେରା ସୂଚନା ଦେଇଥିଲେ
ଜଟଣୀ --ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୧୮/୧୦/୨୦୨୧ ୮,୨୫
Sakhigopal News,18/10/2021

Blog Archive

Popular Posts