ଓଡଗାଁ ରେ ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ଗଠନ
ଓଡଗାଁ----- ଓଡଗାଁ ବ୍ଳକ ରେ ଆଜି ଡିଜିଟାଲ ମିଡିଆ ସଂଘ ଗଠନ କରା ଯାଇଛି । ଓଡଗାଁ ଡିଜିଟାଲ ମିଡିଆ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ସାମ୍ବାଦିକଙ୍କ ନାମ ଘୋଷଣା କରାଯାଇଛି। ପୁର୍ବରୁ ନୟାଗଡ଼ ଜିଲ୍ଲାରେ କେବଳ ଡିଜିଟାଲ ମିଡିଆ ସଂଘ ଗଠିତ କରାଯାଇଥିଲା। ପରେ ନୟାଗଡ଼ ଜିଲ୍ଲାର ୮ ଟି ବ୍ଳକ ରେ ଆନୁଷ୍ଠାନିକ ଭାବେ ଡିଜିଟାଲ ମିଡିଆ ସଂଘ ଗଠନ କରାଯାଇଛି ବୋଲି ଡିଜିଟାଲ ମିଡିଆ ସଂଘର ସଭାପତି ଅନୱର ଅଲ୍ଲୀ କହିଛନ୍ତି।
ସଭା କାର୍ଯ୍ୟ ଆରମ୍ଭରେ ଜଗନ୍ନାଥଙ୍କ ନିକଟରେ ଅତିଥି ମାନେ ଦୀପଦାନ କରିଥିଲେ । ନୟାଗଡ଼ ଜିଲ୍ଲାର ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ସଭାରେ ସଭାପତିତ୍ବ କରିଥିଲେ । ଜିଲ୍ଲା ଡିଜିଟାଲ ମିଡିଆ ସଂଘ ର ସଭାପତି ଅନୱର ଅଲ୍ଲୀ କହିଛନ୍ତି ଏହି ଡିଜିଟାଲ ମିଡିଆ ର ସାମ୍ବାଦିକ ମାନଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ଅକଥନୀୟ ଅତ୍ୟାଚାର, ଓ ଦୁର୍ବ୍ଯବହାର କରାଯାଉଛି। ସେଥିପାଇଁ ପୋଲିସ, ପ୍ରଶାସନ, ଓ ଗଣମାଧ୍ୟମ ଉଭୟ ଉଭୟଙ୍କ ମଧ୍ଯରେ ଉପଯୁକ୍ତ ବନ୍ଧୁତା ରହିବା ଆବଶ୍ଯକ। ସମସ୍ତେ ମିଶି ଜନସାଧାରଣଙ୍କ ସ୍ୱରକୁ ପ୍ରଶାସନ ନିକଟରେ ପହଞ୍ଚାଇବା କୁ ତତ୍ପର ହେବା ଆବଶ୍ଯକ। ଏଥିସହ ଜନସାଧାରଣ ମଧ୍ଯ ସାମ୍ବାଦିକ ଙ୍କୁ ସହଯୋଗ କରିବା ଆବଶ୍ଯକ ହୋଇଛି । ଆଜିର ଓଡଗାଁ ବ୍ଳକ ଡିଜିଟାଲ ମିଡିଆ ସଂଘରେ ସଭାପତି ଭାବେ ଅଶୋକ ରାୟ, ଉପସଭାପତି ଭାବେ ଅଶୋକ ଦାସ, ସେକ୍ରେଟାରୀ ଭାବେ ରିପୋର୍ଟ କୁମାର ପଣ୍ଡା, ଜଏଣ୍ଟ ସେକ୍ରେଟାରୀ ଭାବେ ରାକେଶ ରୋସନ ବେହେରା ଓ କୋଷାଧ୍ୟକ୍ଷ ଭାବେ ରବିନ୍ଦ୍ର ସାହୁ ଓ ଜଗଦୀଶ ପ୍ରଧାନ ଙ୍କୁ ନବ ନିର୍ବାଚିତ କରାଯିବା ସହ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା।
ଡିଜିଟାଲ ମିଡିଆ ସଂଘ ର ଆଲୋଚନା ସଭାରେ ମୁଖ୍ଯ ଓ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲାର ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ (୧ନଂ ଜୋନ) ଲୋକନାଥ ସାହୁ, ଓ (୨ନଂ ଜୋନର) ବିଭୁପ୍ରସାଦ ସାହୁ, ଓଡ଼ଗାଁ ବ୍ଳକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀ, ଓଡଗାଁ ରଘୁନାଥ ଆଥ୍ଲେଟିକ୍ ଆସୋସିଏସନର ସମ୍ପାଦକ ଦିବାକର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେବା ସହ ଓଡଗାଁ ପ୍ରେସ କ୍ଳବ ର ସଭାପତି ଅଶୋକ ମହାପାତ୍ର, ସମ୍ପାଦକ ଆଦର୍ଶ ପଟ୍ଟନାୟକ, କୋଷାଧ୍ୟକ୍ଷ ସାରସ କୁମାର ମିଶ୍ର ପ୍ରମୁଖ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ।
ଓଡଗାଁ ରୁ ଦିଲ୍ଲୀପ୍ କୁମାର ବିଶୋଇ, ରିପୋର୍ଟ, ୧/୮/୨୦୨୧------୩,୨୫
Sakhigopal News, 1/8/2021