Breaking News

ଗାଧୋଇବାକୁ ଯାଇ ପୋଖରୀ ରେ ବୁଡି ଯୁବକର ମୃତ୍ୟୁ


ଭଞ୍ଜନଗର – ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଯୁବକଙ୍କର ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲା ଗାଲେରୀ ଫାଣ୍ଡି ଅନ୍ତର୍ଗତ ବ୍ରାହ୍ମଣପଦର ଗାଁ ନିକଟ ଭୁରୁଡୁପଲ୍ଲୀ ଗାଁ ରେ ଘଟିଛି ଏଭଳି ଘଟଣା । ମୃତକ ଜଣକ ସେହି ଗାଁର ପ୍ରକାଶଚନ୍ଦ୍ର ମିଶ୍ର ବୋଲି ଜଣା ପଡିଛି । ପୋଖରୀରେ ଭାସୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରିଥିଲେ । ଆମ୍ବୁଲାନ୍ସ ସହାୟତାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ପୋଖରୀରେ ଗାଧୋଉଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ପ୍ରାଣ ହରାଇଥିବା କୁହାଯାଉଛି । ଅନ୍ୟ ପକ୍ଷରେ ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୯/୯/୨୦୨୫--୭,୨୫ Sakhigopal News,9/9/2025

Blog Archive

Popular Posts