ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଫେରାର; ଚାବି ଭାଙ୍ଗିଲା ବ୍ଳକ ପ୍ରଶାସନ
ସାକ୍ଷୀଗୋପାଳ----- ସତ୍ୟବାଦୀ ବ୍ଳକର ପେଣ୍ଠପଡା ଗ୍ରାମ ପଞ୍ଚାୟତର ଅଧିକାରୀ ପ୍ରତାପ ଦାସ ୪ ମାସ ହେବ କାର୍ଯ୍ୟାରେ ଯୋଗ ଦେଉନାହାନ୍ତି । ଯାହା ଫଳରେକି ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଠପ ହୋଇଯାଇଛି । ଯାହାକୁ ନେଇ ସ୍ଥାନୀୟ ସରପଞ୍ଚ ବାସନ୍ତୀ ବେହେରା ସତ୍ୟବାଦୀ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କୁ ଜଣାଇଥିଲେ । ପଞ୍ଚାୟତ ଅଧିକାରୀଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଚିଠି କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ । ଶେଷରେ ବ୍ଳକ ପ୍ରଶାସନ ଏ ସମ୍ପର୍କରେ ପୁରୀ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଜଣାଇବା ସହ ତାଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର, ଆଇଆଇସି ଦେବୀ ପ୍ରସାଦ ପାତ୍ର ଓ ବ୍ଳକର ହିସାବନୀରିକ୍ଷକ ପିତାମ୍ବର ମୁରଲି, ବଡବାବୁ ପ୍ରଫୁଲ କୁମାର ବେହେରା, ପି,ଏ ସୌଭାଗ୍ୟ ରଞ୍ଜନ କର, ସିନିୟର କ୍ଳକ ଅରର୍ପିତା ମହାପାତ୍ରଙ୍କସହିତ ପିଇଓ, ଜିଓଟେକ କର୍ମଚାରୀଙ୍କ ଉପସ୍ଥିତିରେ ଆଲମାରୀର ଚାବି ଭଙ୍ଗାଯାଇ ଫାଇଲି ଓ କାଗଜ ପତ୍ର ତାଲିକା କରାଯିବା ସହ ସାରଙ୍ଗ ସ୍ୱାଇଁ ଙ୍କୁ ପେଣ୍ଠପଡା ପଞ୍ଚାୟତର କାର୍ଯ୍ୟନିବାହି ଅଧିକାରୀ ଭାବେ ଦାୟତ୍ୱ ଦିଆଯାଇଥିବା ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୭/୨୦୨୧---୩,୪୦, Sakhigopal News, 2/7/2021