Breaking News

ସତ୍ୟବାଦୀରେ ସାତଶଙ୍ଖ ଶାଖା କେନାଲ ଉପରୁ ଜବର ଦଖଲ ଉଛେଦ


 ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବଡ କାଞ୍ଜିଆ ଗ୍ରାମ ନିକଟରେ ଜଳସେଚନ ବିଭାଗର ସାତଶଙ୍ଖ ଶାଖା କେନାଲ ଉପରେ ଜବର ଦଖଲ ଯୋଗୁ କେନାଲର ତଳ ମୁଣ୍ଡରେ ଥିବା ଚାଷୀ ମାନେ ପାଣି ପାଇବାରୁ ବଞ୍ଚିତ ହୋଇ ଆସୁଥିଲେ । ସତ୍ୟବାଦୀ ଜଳସେଚନ ବିଭାଗର ୪୮ ନଂ ମା ରୁଦ୍ରାଣୀ ପାଣି ପଞ୍ଚାୟତ ପକ୍ଷରୁ ବାରମ୍ବାର ଦାବି କରିବା ସହ ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳ ଓ ଜଳସେଚନ ବିଭାଗର ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ । ପାଣି ପଞ୍ଚାୟତର ଅଭିଯୋଗ କ୍ରମେ ଜବର ଦଖଲ କରିଥିବା କେତେକ ଦେକାନୀଙ୍କୁ  ଆଜି ଉଚ୍ଛେଦ କରାଯାଇଛି । ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର,  ଜଳସେଚନ ବିଭାଗର ଯନ୍ତ୍ରୀ ସି.ଏଚ. ମହାନ୍ତି ,ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ଏ, ଏସ, ଆଇ ମଞ୍ଜୁ ଦେବୀ, ହାବିଲଦାର ରଙ୍କନିଧି ପ୍ରଧାନଙ୍କ ସହିତ ଫୋର୍ସ  ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ କରାଯାଇଥିବା ଜଣାପଡିଛି । ଯାହା ଫଳରେକି ତଳ ମୁଣ୍ଡରେ ଥିବା ଚାଷୀ ମାନେ ପାଣି ପାଇବା ପାଇଁ ଜଳସେଚନ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ କରାଯିବ ବୋଲି ଯନ୍ତ୍ରୀଙ୍କ ଠାରୁ ସୁଚନା ମିଳିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୭/୨୦୨୧---୩,୪୦= Sakhigopal News, 2/7/2021

Blog Archive

Popular Posts