ାତୀୟ ସ୍ତରୀୟ ମେଧାବୃତ୍ତି ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କଲେ ଛାତ୍ର ବିମଳପ୍ରଭା ପଟ୍ଟନାୟକ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟର ଛାତ୍ର ବିମଳ ପ୍ରଭା ପଟ୍ଟନାୟକ ଜାତୀୟ ସ୍ତରୀୟ ମୋଧାବୃତ୍ତି ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଛି । ଡେଲାଙ୍ଗ ବ୍ଳକରେ ୮ ଜଣ ଛାତ୍ର ଏହି ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବିମଳ ଜିଲ୍ଲରେ ସର୍ବାଧିକ ନମ୍ବର ରଖି ଡେଲାଙ୍ଗ ତଥା ବିଦ୍ୟାଳୟରକୁ ଗୌରାବାନ୍ନିତ କରିଛନ୍ତି । ବିମଳ ଏବେ ନବମ ଶ୍ରେଣୀର ଛାତ୍ର ଅଟନ୍ତି । ଅନୁଷ୍ଠିତ ସମ୍ବର୍ଦ୍ଧିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିଆରସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଶଶାଙ୍କ ଚୁଡାମଣି ଓ ସଭାନେତ୍ରୀ ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ, ପୁରାତନ ଛାତ୍ର ସଂସଦର ସମ୍ପାଦକ ତ୍ରିନାଥ ପରିଡା, ସିଆରସିସି ଦୟାନିଧି ମାର୍ଥା ଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଛାତ୍ର ବିମଳର ଉତ୍ତରାତ୍ତର କାମନା କରିଛନ୍ତି । ସେହିପରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାର ବିଶ୍ୱଜିତି ପରିଡା ବ୍ଳକରେ ଦ୍ୱତୀୟ ସ୍ଥାନ ଅଧିକାର କରିଥିବା ବେଳେ ଜିଲ୍ଲାରେ ଷଷ୍ଠ ସ୍ଥାନରେ ରହିଛନ୍ତି । ଏହି ଅବସର=ରେ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ସହିତ ବହି କଲମ ଦିଆଯାଇ ସମ୍ବଦ୍ଧିତ କରାଯାଇଥିଲା । ଶିକ୍ଷକ ମିଟୁ କିଶୋର ପ୍ରଧାନ ଏକ ସ୍ୱର୍ଣ୍ଣଚମ୍ପାଚାରା ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୬/୭/୨୦୨୧--=୧୦,୩୫ Sakhigopal News, 16/7/2021