Breaking News

ଭେଡେନ ବ୍ଲକ ସିଡିପିଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

 
ଭେଡେନ----ବରଗଡ ଜିଲ୍ଲା ଭେଡେନ ବ୍ଲକ ସିଡିପିଓ ଝୁନୁକୁମାରୀ ପାତ୍ର ଗତକାଲି ଦୀର୍ଘ ୩୩ ବର୍ଷ ସରକାରୀ ଚାକିରୀ କରି ଅବସର ଗ୍ରହଣ କରିଛନ୍ତି। ଭେଡେନ ବ୍ଲକ ରେ ୫ ବର୍ଷ ସେବା ଯୋଗାଇ ଆସୁଥିଲେ। ପାତ୍ର   ମ୍ଯାଡମଙ୍କ   କାର୍ଯ୍ୟକାଳ ସମୟରେ ସ୍ଵୟଂ ସହାୟକ ଗୋଷ୍ଠୀ  ଗଠନ କରିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କ  ଅନୁପସ୍ଥିତ ଆମେ ସବୁବେଳେ ମନେରଖିଥିବୁ ବୋଲି ଉପସ୍ଥିତ ଥିବା ମହିଳା ଗୋଷ୍ଠୀର ସଦସ୍ଯା ଓ ଅଙ୍ଗନବାଡ଼ି କର୍ମୀ ମାନେ କହିଥିଲେ। ଏହି ସମୟରେ ମିଶନ ଶକ୍ତି କୋଅଡିନେଟର ଅନୀତା ପୁରୋହିତ ଓ ସୁପରଭାଇଜର ପଙ୍କଜିନୀ ଧର, ବିଣାପାଣୀ ମାଝୀ, ସୁରେଶ୍ଵରି ଦାଶ, ସୁରୁବାଲି ମହାନନ୍ଦ, ତପସ୍ୱିନୀ ବରିହା, ରୁକ୍ମିଣୀ ଭୋଇ, ମୋହିନୀ ବାଗ, ଜୟନ୍ତୀ ମେହେର, ମୋହିନୀ ବାଗ ବିପିସି ଆଲୋକ ବିଶ୍ବାଲ ପ୍ରମୁଖ ଉପସ୍ଥିତ ରହି ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରି ଥିଲେ।
ଆଜି ଭେଡେନ ବ୍ଲକ ରେ ନୂତନ ସିଡିପିଓ ଭାବେ ଆଲଫନା ଟେଟେ ମୟୁରଭଞ୍ଜ ଜିଲ୍ଲା ରୁ ଆସି ଦାଇତ୍ବ ଗ୍ରହଣ କରିଥିଲେ। ଏହି ସମୟରେ ମିଶନ ଶକ୍ତି ର କୋଅଡିନେଟର ଅନୀତା ପୁରୋହିତ,ବିପିସି ଆଲୋକ ବିଶ୍ବାଲ, ସୁପରଭାଜର ଓ ଅଙ୍ଗନବାଡି କର୍ମୀ ରହି ପୁଷ୍ପ ମାଲ୍ୟ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ,୧/୭/୨୦୨୧---୪,୩୫ ,  Sakhigopal News,1/7/2021

Blog Archive

Popular Posts